ନବଜାତ ଭଉଣୀକୁ ଦେଖି ଖୁସିରେ ଝୁମିଗଲେ କୁନି ଝିଅ, ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓ: କେବେ କେଉଁ କୁନି ପିଲାଙ୍କୁ ତାଙ୍କ ସାନ ନବଜାତ ଭାଇ କିମ୍ବା ଭଉଣୀକୁ ପ୍ରଥମ ଭେଟୁଥିବାର ଆପଣ ଦେଖିଛନ୍ତି? ଯଦି ଦେଖିନାହାନ୍ତି, ତାହାଲେ ଏହି ଭିଡିଓଟିକୁ ଦେଖନ୍ତୁ। ଭିଡିଓରେ ଏକ ନବଜାତ ଭଉଣୀକୁ ଦେଖି ଏକ କୁନି ଝିଅ ଯେପରି ପ୍ରତିକ୍ରିୟା ଦେଇଛି ତାହା ନିଶ୍ଚୟ ବହୁମୂଲ୍ୟ।

ଏହି ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯାହାକି ଅତ୍ୟନ୍ତ ଭାବପ୍ରବଣ ଓ କୌତୂକିଆ। ଭିଡିଓରେ ଏକ କୁନି ଝିଅଟି ପ୍ରଥମ କରି ତା’ର ସାନ ଭଉଣୀକୁ ଦେଖିବା ପରେ ଅତ୍ୟନ୍ତ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Lauren Woods (@laurenwoods___)

କୁନି ଝିଅଟି ଧୀରେ ଧୀରେ ତା ବାପାଙ୍କ ପାଖକୁ ଯାଇ ସାନ ଭଉଣୀକୁ ଦେଖିବା ପରେ ଖୁସିରେ ପାଟିରେ ହାତ ଦେଇ ଏକ ଜବରଦସ୍ତ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ସେ ତା’ର ସାନ ଭଉଣୀକୁ ଚୁମ୍ବନ ଦେଉଥିବା ବି ଭିଡିଓରେ ଦୃଶ୍ୟମାନ ହୋଇଛି।

ଏହି ଭିଡିଓଟିକୁ ଏପ୍ରିଲ୍‌ ୨୫ ତାରିଖରେ ପୋଷ୍ଟ୍‌ କରିଛନ୍ତି ଲୌରେନ୍‌ ଉଡ୍‌ସ। ସେ ଭିଡିଓଟିକୁ ପୋଷ୍ଟ୍‌ କରି ଏହା ତାଙ୍କ ଜୀବନର ଏକ ପ୍ରିୟ ମୁହୂର୍ତ୍ତ ବୋଲି ଲେଖିଛନ୍ତି।

ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଭିଡିଓଟିକୁ ଦେଖିବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

 

ସମ୍ବନ୍ଧିତ ଖବର