ଆପଣଙ୍କ ଫେସ୍‌ବୁକ୍‌ ଡାଟା କାହା ପାଖରେ ଅଛି ଜାଣିବେ କିପରି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଡାଟା ଚୋରି ହେବା ପରେ ଫେସ୍‌ବୁକ୍‌କୁ ନେଇ ଆଲୋଚନା ତୀବ୍ର ହୋଇଛି। ନିକଟରେ ହୋଇଥିବା ସ୍କ୍ୟାଣ୍ଡଲରେ ଫେସବୁକ୍‌ ଓ ରାଜନୈତିକ ପରାମର୍ଶ କେମ୍ବ୍ରିଜ ଆନାଲିଟିକା ସାମିଲ ହୋଇଛି, ଯାହାକି ୨୦୧୪ରେ ୫କୋଟିରୁ ଊର୍ଧ୍ୱ ଫେସବୁକ୍‌ ବ୍ୟବହାରକାରୀଙ୍କ ଡାଟା ଜମା କରିଛି । ଏବେ ପ୍ରଶ୍ନ ଉଠୁଛି କି କେମିତି ନିଜର ଡାଟାକୁ ସୁରକ୍ଷିତ ରଖି ପାରିବେ କିମ୍ବା କେମିତି ଜାଣିବେ ଆପଣଙ୍କ ଡାଟା କାହା କାହା ପାଖରେ ଅଛି।

ସର୍ବପ୍ରଥମେ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ଲଗଇନ୍‌ କରିବେ। ଏହାପରେ ନୀଳପଟିର ଡାହାଣ ପାଖରେ ଆସୁଥିବା ତୀର ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ। ଏହା ଉପରେ କ୍ଲିକ୍‌ କରିବା ପରେ କେତେକ ଅପସନ୍‌ ଖୋଲିଯିବ। ଯେଉଁଠାରେ ନିମ୍ନରେ ସେଟିଂ ଅପସନ୍‌ ଆସିବ। ଏବେ ଏହା ଉପରେ କ୍ଲିକ୍‌ କରନ୍ତୁ। କ୍ଲିକ୍‌ କରିବା ପରେ ନୂତନ ପେଜ ଖୋଲିଯିବ। ଏହି ପେଜର ସବୁଠାରୁ ତଳେ ଛୋଟ ଅକ୍ଷରରେ Download a copy of your facebook data ଲେଖା ଯାଇଥିବ।

ଏହାପରେ ଫେସ୍‌ବୁକ୍‌ ତରଫରୁ ଆପଣଙ୍କ ଇମେଲକୁ ଏକ ଲିଙ୍କ୍‌ ଯିବ। ଏହି ଲିଙ୍କ୍‌ ଜରିଆରେ ଏକ ଜିପ୍‌ ଫାଇଲ ଡାଉନ୍‌ଲୋଡ ହେବ। ଏଥିରେ ଆପଣଙ୍କ ସମ୍ପର୍କରେ ସମସ୍ତ ସୂଚନା ଥିବ।, ଯେବେଠାରୁ ଆପଣ ଫେସ୍‌ବୁକ୍‌ ବ୍ୟବହାର କରିବା ଆରମ୍ଭ କରିଥିବେ। ଏଥିରେ ଆପଣଙ୍କ ପ୍ରୋଫାଇଲରେ ଆସୁଥିବା ସମସ୍ତ ବିଜ୍ଞାପନର ସୂଚନା ଦିଆଯାଇଥିବ। ହୋଇପାରେ ଏହି ଡାଟା ଫେସ୍‌ବୁକ୍‌ ଦ୍ୱାରା ବିଜ୍ଞାପନ କମ୍ପାନିକୁ ଦିଆଯାଇଥିବ। ନାମ ‘Advertisers with your contact info’ ସହିତ ଲୁଚି ରହିଥାଏ।

ଏଚଟିଏମ୍‌ ଫାଇଲ ବିଜ୍ଞାପନ ବିଷୟରୁ ଆରମ୍ଭ ହୋଇଥାଏ। ଯାହା ମୂଳତଃ ଫେସ୍‌ବୁକ୍‌ ପେଜରେ ବିଜ୍ଞାପନ ଦେବା ପାଇଁ ଉପଯୋଗ କରଯାଉଥିବା କିଓ୍ଵର୍ଡ ହୋଇଥାଏ। ଏହାର ଆଗାମୀ ଫାଇଲରେ ଆଡ ହିଷ୍ଟ୍ରି ମିଳିବ। ଏଥିରେ ସମସ୍ତ ଆଡ ଥିବ ଯାହା ଆପଣ ଫେସ୍‌ବୁକ୍‌ ଚଳାଇବା ସମୟରେ କ୍ଲିକ୍‌ କରିଥିବେ।

ସମ୍ବନ୍ଧିତ ଖବର