ଛୁଟି କାଟି ଫେରିବା ପରେ ହଜିଗଲା ନିଦ, ୪ ବର୍ଷ ହେଲା ପଡ଼ୁନି ଆଖି ପଲକ

ନୂଆଦିଲ୍ଲୀ: କୁହାଯାଏ ଶରୀରକୁ ସୁସ୍ଥ ରଖିବାକୁ ହେଲେ ୬ରୁ ୭ ଘଣ୍ଟା ଶୋଇବା ନିହାତି ଜରୁରୀ । ଠିକ ଭାବରେ ନଶୋଇବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଯିବା ଆରମ୍ଭ ହୋଇଥାଏ। ମୁଣ୍ଡ ବିନ୍ଧା ସହ ରକ୍ତଚାପ ବଢ଼ିବା ଭଳି ସମସ୍ୟା ଆରମ୍ଭ ହୁଏ। ଦୈନିକ ଠିକ ଭାବରେ ଶୋଇବା ପାଇଁ ଡାକ୍ତର ପରାମର୍ଶ ଦେନଉଥିବା ବେଳେ ଜଣେ ମହିଳା ୪ବର୍ଷ ହେଲାଣି ଶୋଇନଥିବା ଜଣାପଡ଼ିଛି। ନିଦ ଆସୁନଥିବାରୁ ମହିଳାଜଣକ ଶୋଇପାରୁଥିବା କୁହାଯାଉଛି।

ଏହି ମହିଳା ଜଣକ ହେଉଛନ୍ତି ପୋଲାଣ୍ଡର ୩୯ ବର୍ଷିୟା ମାଲଗୋରଜାଟା ସ୍ଲିୱିନସ୍କା । ଗତ ୪ ବର୍ଷ ହେବ ତାଙ୍କ ଆଖିକୁ ନିଦ ନାହିଁ । କାରଣ ସେ ଏକ ଅଜବ ରୋଗରେ ଆକ୍ରାନ୍ତ, ଯାହାର ନାଁ ହେଉଛି ସୋମନିଫୋବିଆ । ଏହି ରୋଗ ଯୋଗୁଁ ମହିଳାଙ୍କ ଆଖିରେ ଯନ୍ତ୍ରଣା ହେଉଥିବାରୁ ସେ ଶୋଇ ପାରୁନାହାଁନ୍ତି ।

OMG! This woman is suffering from a strange disease, she has not slept for 4 years!
NCR News

ମାଲଗୋରଜାଟା ୨୦୧୭ରେ ସ୍ପେନକୁ ଛୁଟି କାଟିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର ଏପରି ରୋଗ ସାମ୍ନାକୁ ଆସିଛି । ୪ ବର୍ଷ ପରେ ସେ ଏହି ରୋଗ ବିଷୟରେ ଜାଣିବାକୁ ପାଇଲେ । ଏବେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ସପ୍ତାହକୁ ୨ରୁ ୩ ଦିନ ଶୋଇପାରୁଛନ୍ତି । ଏହାସହ ତାଙ୍କୁ ଯଥେଷ୍ଟ ଯୋଗ ବ୍ୟାୟାମ କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର