କାନାଡା ଯାଉଥିବା ବିମାନ ମଧ୍ୟରେ ଦୁଇ ଯବାନଙ୍କ କଥା ଶୁଣି ତୁରନ୍ତ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ପାଖରେ ପହଞ୍ଚିିଲେ ମହିଳା, ତା’ ପରେ ଘଟିଥିବା ଘଟଣା ପାଇଁ ସମସ୍ତେ ମହିଳାଙ୍କୁ ପ୍ରଶଂସା କଲେ

ନୂଆଦିଲ୍ଲୀ : ଜଣେ ମହିଳା ବିମାନଯୋଗେ ଆମେରିକାରୁ-କାନାଡା ଯାଉଥିବା ବେଳେ ଯେଉଁ କାମ କରିଥିଲେ,ତାହା ବିମାନରେ ଉପସ୍ଥିତ ସବୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିମାନଟି ଦୀର୍ଘ ଯାତ୍ରାରେ ବାହାରିଥିବା ବେଳେ ଧୀରେ ଧୀରେ ସମସ୍ତେ ମହିଳାଙ୍କ କାମ ବିଷୟରେ ଜାଣି ତାଙ୍କୁ ପ୍ରଶଂସା କରିବା ସହ ଟଙ୍କା ଦେବା ଆରମ୍ଭ କରିଥିଲେ ।

ସୂଚନା ମୁତାବକ, ଆମେରିକାରୁ-କାନାଡା ଯାଉଥିବା ବିମାନରେ ବ୍ରାଉନ୍‌ ଯାତ୍ରା କରୁଥିବା ବେଳେ ଲମ୍ବା ଯାତ୍ରା ଥିବାରୁ ଉଡ଼ାଣର ଘଣ୍ଟେ ପରେ ଖାଇବା ଅର୍ଡର କରିବା ପାଇଁ ଘୋଷଣା କରାଯାଇଥିଲା । ଏହା ପରେ ଯାତ୍ରୀମାନେ ନିଜ ନିଜର ଖାଇବା ଅର୍ଡ଼ର କରିଥିଲେ । ଠିକ୍‌ ସେହି ସମୟରେ କାନାଡାକୁ ଟ୍ରେନିଙ୍ଗ୍‌ ପାଇଁ ଯାଉଥିବା ଦୁଇ ଯବାନଙ୍କ କଥା ଶୁଣିଥିଲେ ବ୍ରାଉନ୍‌ । ଖାଇବା ଅର୍ଡ଼ର କରିବା ପାଇଁ ଯଥେଷ୍ଟ ଟଙ୍କା ନ ଥିବାରୁ ପଛ ପଟେ ବସିଥିବା ଦୁଇ ଯବାନ ଖାଇବା ଅର୍ଡ଼ର ନ କରିବାର ନିଷ୍ପତ୍ତି ନେଇଥିଲେ । ଦୁହିଁଙ୍କ କଥା ଶୁଣି ସେ ପ୍ରଥମେ ପଛ ପଟେ ବସିଥିବା ଯବାନଙ୍କୁ ଗଣିବା ସହ ସିଧା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ପାଖକୁ ଯାଇଥିଲେ ଏବଂ ସମସ୍ତ ଯବାନଙ୍କ ପାଇଁ ଟଙ୍କା ଦେଇ ସେମାନଙ୍କ ପାଇଁ ଖାଇବା ଅର୍ଡର କରିଥିଲେ ।

tripadvisor.com

କିଛି ସମୟ ପରେ ସବୁ ଯବାନଙ୍କ ପାଖରେ ଖାଇବା ପହଞ୍ଚିବା ପରେ ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ପରେ ସବୁଜାଣି ବ୍ରାଉନ୍‌ଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ । ଏହା ସହ ଭିତରେ ଥିବା କିଛି ଯାତ୍ରୀ ବ୍ରାଉନ୍‌ଙ୍କ କାମ ବିଷୟରେ ଜାଣି ତାଙ୍କୁ ପ୍ରଶଂସା କରିବା ସହ ଟଙ୍କା ଦେବା ଆରମ୍ଭ କରିଥିଲେ । ମିଳିଥିବା ସେ ସବୁ ଟଙ୍କାକୁ ବ୍ରାଉନ୍‌ ବିମାନ ଅବତରଣ ପରେ ଯବାନମାନଙ୍କୁ ବାଟ ଖର୍ଚ୍ଚ ପାଇଁ ଦେଇଥିଲେ । ବ୍ରାଉନ୍‌ଙ୍କ ଏଭଳି କାମ ଦେଖି ଏହାର କାରଣ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ପଚାରିବା ପରେ ମୋର ପୁଅ ମଧ୍ୟ ଯବାନ ଥିଲେ । କିନ୍ତୁ ଦେଶ ପାଇଁ ସେ ସହିଦ୍‌ ହୋଇଥିଲେ । ସେହି ଘଟଣା ପରଠାରୁ ମୁଁ ସବୁ ଯବାନମାନଙ୍କୁ ମୋ ପୁଅ ଭଳି ଦେଖିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର