ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା, ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ଖୋଖୋ

ଭୁବନେଶ୍ବର: ପଶ୍ଚିମବଙ୍ଗର କଲ୍ୟାଣୀ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ଖୋଖୋ ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ତୃତୀୟ ସ୍ଥାନ ମିଳିଛି। ଏଥି ସହିତ ଉତ୍କଳ ମଧ୍ୟ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାତେଇଛି। ମଙ୍ଗଳବାର ଲିଗ୍‌ ମ୍ୟାଚ୍‌ରେ ଉତ୍କଳ ୧ ପାଳି ଓ ୧ ପଏଣ୍ଟ୍‌ରେ ଭିବିଏସ୍‌ ପୂର୍ବାଞ୍ଚଳକୁ ପରାସ୍ତ କରିଥିଲା ବେଳେ କିଟ୍‌ ଓ କଲ୍ୟାଣୀ ନିକଟରୁ ଯଥାକ୍ରମେ ୫ ଓ ୩ ପଏଣ୍ଟ୍‌ରେ ହାରି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ଏହା ପୂର୍ବରୁ ଗ୍ରୁପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଉତ୍କଳ ଦଳ ପଶ୍ଚିମବଙ୍ଗର ବିଦ୍ୟାସାଗରକୁ ପରାସ୍ତ କରିଥିଲା। ମହିଳା ଦଳର ଏହି ସଫଳତା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର କୁମାର ପଟ୍ଟନାୟକ, କୁଳସଚିବ ଦୟାନିଧି ନାୟକ ଏବଂ କ୍ରୀଡ଼ା ପରିଷଦ ନିର୍ଦେଶକ ପ୍ରଫେସର ମହେଶ୍ବର ସାହୁ ଶୁଭେଚ୍ଛା ଜଣାଇଛନ୍ତି।

ଉତ୍କଳ ଦଳ: ସସ୍ମିତା ନାଥଶର୍ମା, ରୁପାଲି ସୂତାର, ଶ୍ରଦ୍ଧାଞ୍ଜଳି ସାହୁ, ତୃପ୍ତିମୟୀ ସେନାପତି, ଜୟଶ୍ରୀ ବଳ, ଅନୁରାଧା ରଣା, ମଧୁସ୍ମିତା ଓଝା, ପ୍ରତିମା ମଲିକ, ରଶ୍ମିତା ଭୋଇ, ସୋନିଆ ସ୍ବାଇଁ, ପିଙ୍କି ସ୍ବାଇଁ, ରୁପାଲି ପ୍ରଧାନ। ରବିନାରାୟଣ ପ୍ରଧାନ (ପ୍ରବନ୍ଧକ), ଚିନ୍ତାମଣୀ ପ୍ରଧାନ (ପ୍ରଶିକ୍ଷକ), ସସ୍ମିତା ଓଛା (ସହକାରୀ ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର