ବିଜୟ ପାଇଁ ଭଲ ବ୍ୟାଟିଂ ଜରୁରି, ହର୍ଷ ଭୋଗ୍‌ଲେ

ଦୁଇଟି ଉଚ୍ଚମାନର ଦଳ ରବିବାର ଅପରାହ୍ନରେ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ମୁହାଁମୁହିଁ ହେବେ। ସମାନ ଧରଣର ଅଧିନାୟକ ଏହା ପୂର୍ବରୁ ନିଶ୍ଚିତ ଇଡେନ୍ ଗାର୍ଡେନ୍ସ ପିଚ୍‌କୁ ପରଖିବେ। ଏହା ଅତ୍ୟନ୍ତ ମନ୍ଥର ଓ ସ୍ପିନ୍ ପ୍ରିୟ ରହିବ। ଉଭୟ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ ଦଳ ବି ପିଚ୍‌କୁ ନେଇ ଚିନ୍ତିତ ରହିବେ ନାହିଁ। ମୁମ୍ବାଇ ଭଳି କେକେଆର୍ ମଧ୍ୟ ଦ୍ରୁତ ବୋଲରଙ୍କୁ ନେଇ ସମୃଦ୍ଧ। ଫର୍ଗୁସନ-ରସେଲ୍‌ଙ୍କ ସମନ୍ବୟ ସହିତ ସ୍ପିନ୍‌ ବିଭାଗରେ ନରିନ୍‌, ଚାୱଲା ଓ କୁଲଦୀପ ନିଶ୍ଚିତ ପ୍ରତିପକ୍ଷ ପାଇଁ ଚିନ୍ତାର କାରଣ ହେ‌ବେ। ଦ୍ରୁତ‌ ବୋଲିଂରେ ସନ୍‌ରାଇଜର୍ସ ନିକଟରେ ଅଧିକ ଗଭୀରତା ରହିଛି। କିନ୍ତୁ ସକିବ୍, ନବି ଏବଂ ରସିଦ୍‌ଙ୍କ ଜରିଆରେ ଦଳ ନିଶ୍ଚିତ ପ୍ରତି ଆକ୍ରମଣ କରିବ। ୱାର୍ନରଙ୍କ ପାଇଁ ଦ୍ରୁତ ପିଚ୍‌ ନିଶ୍ଚିତ ପସନ୍ଦଯୋଗ୍ୟ ରହିବ। କେକେଆର୍ ପାଇଁ କ୍ରିସ୍ ଲିନ୍‌ ଆଶା ଦେଇଛନ୍ତି। ଉଭୟ ଦଳକୁ କିନ୍ତୁ ଭଲ ବ୍ୟାଟିଂ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ମୁମ୍ବାଇରେ ସୁନ୍ଦର ସଂଧ୍ୟାରେ ‌ଖେଳିବେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପରିବର୍ତିତ ନାମ ସହିତ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇ ନିଶ୍ଚିତ ଏହି ମ୍ୟାଚ୍‌ରେ ଦାବିଦାର ରହିବ। ଉଭୟ ଦଳରେ ବହୁ ଭଲ ‌ଖେଳାଳି ରହିଛନ୍ତି। ମୁମ୍ବାଇର ବ୍ୟାଟିଂ କିନ୍ତୁ ଅଧିକ ଗଭୀରତା ରଖିଛି। ଦିଲ୍ଲୀ ନିକଟରେ ଭଲ ପେସ୍ ବୋଲିଂ କ୍ଷମତା ରହିଛି। ବୋଲଟ, ରବାଦା, ଈଶାନ୍ତ ଓ ଆଭେସ ପ୍ରମୁଖ ରୋହିତ ଶର୍ମାଙ୍କ ଦଳକୁ ରବିବାର ରୋକି ପାରିବେ ବୋଲି ବିଶ୍ବାସ ବି ଦେଇଛନ୍ତି। ଅତୀତ ଖରାପ ରଖିଥିବାରୁ ଦିଲ୍ଲୀ ନିଶ୍ଚିତ ଅଧିକ ଚାପରେ ରହିବ। ଏଭଳି ଏକ ଲମ୍ବା ପ୍ରତିଯୋଗିତାରେ ଦାବିଦାର ଦଳ ବେଳେବେଳେ ଖସିପଡେ ଏବଂ ପ୍ରତ୍ୟାବର୍ତନ ପାଇଁ ସବୁ ଦଳ ପାଖରେ ସୁଯୋଗ ଆସିଥାଏ। କିନ୍ତୁ ଭଲ ଆରମ୍ଭ କରି ଭଲ ମନରେ ଆଗେଇବା ସବୁବେଳେ ଶ୍ରେୟସ୍କର।

ସମ୍ବନ୍ଧିତ ଖବର