ଆଇପିଏଲ : ଚେନ୍ନାଇ ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ମୁମ୍ବାଇ : ସ୍ଥାନୀୟ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୩୨ତମ ମ୍ୟାଚରେ ଚେନ୍ନାଇ ଆଗରେ  ୧୫୬ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୫ ରନ କରିଥିଲା ।

ଏହି ମ୍ୟାଚରେ ଚେନ୍ନାଇର ଅଧିନାୟକ ରବୀନ୍ଦ୍ର ଜାଦେଜା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଇଶାନ କିଷନ ଓ ଡେଓ୍ବାଲ୍ଡ ବ୍ରେଭିସ ଯଥାକ୍ରମେ ୦,୦ ଓ ୪ ରନ କରି ଆଉଟ ହୋଇଥିଲେ । ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନ ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ ଓ ହ୍ରିତିକ ସୋକିନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ବର୍ମା ୫୧ ରନ, ଯାଦବ ୩୨ ରନ ଓ ହ୍ରିତକ ୨୪ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୩ଟି ଓ ଡ୍ବେନ ବ୍ରାଭୋ ୨ଟି ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି । ଦଳ ୬ଟି ମ୍ୟାଚ ଖେଳି କୌଣସି ଗୋଟିଏ ମ୍ୟାଚ ଜିତିରପାରିନାହିଁ ।

 

 

ସମ୍ବନ୍ଧିତ ଖବର