ଈଶାନ କିଶନଙ୍କ ବିସ୍ଫୋରକ ୮୧ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୭୮ ରନର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ବାବୋର୍ଣ୍ଣ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ବ୍ୟାଟିଂ କରି ୫ ଓ୍ଵିକେଟ୍ ହରାଇ ୧୭୭ ରନ୍ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଓପନର ରୋହିତ ଶର୍ମା ଓ ଈଷାନ କିଶନ୍ ୮.୨ ଓଭରରେ ୬୭ ରନ୍ ଯୋଡିଥିଲେ। ଅଧିନାୟକ ରୋହିତ୍ ଶର୍ମା ୩୨ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ସହ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ବ୍ୟାଟଂ କରିବାକୁ ଆସିଥିବା ଅନମୋଲପ୍ରୀତ୍ ସିଂହ ମାତ୍ର ୯ ରନରେ ଆଉଟ୍ ହୋଇଥିଲେ। ତିଳକ୍ ବର୍ମା ୧୫ଟି ବଲ୍ ଖେଳି ୩ଟି ଚୌକା ସହ ୨୨ ରନରେ ଆଉଟ୍ ହୋଇଥିଲେ। ବିସ୍ଫୋରକ ବ୍ୟାଟର୍ କିରନ୍ ପୋଲାର୍ଡ ୬ଟି ବଲ୍ ଖେଳି ମାତ୍ର ୩ ରନରେ ଆଉଟ୍ ହୋଇଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ବାମହାତୀ ବ୍ୟାଟର୍ ଈଶାନ କିଶନ ସବୁଠୁ ଭଲ ଖେଳି ୪୮ଟି ବଲ୍ ଖେଳି ୧୧ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୮୧ ରନ୍ କରିଥିଲେ। ଟିମ୍ ଡେଭିଡ୍ ୧୨ ରନରେ ଆଉଟ୍ ହୋଇଥିଲେ। ଡାନିଏଲେ ସାମ୍ସ ୨ଟି ବଲରେ ୭ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଳଦୀପ ଯାଦବ ୩ଟି ଖଲିଲ୍ ଅହମ୍ମଦ ୨ଟି ଓ୍ଵିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର