ଆଇପିଏଲ : କୋଲକାତା ଆଗରେ ୧୮୦ ରନର ଲକ୍ଷ୍ୟ ରଖିଲା ପଂଜାବ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଛି ପଂଜାବ କିଙ୍ଗସ ।

ଏହି ମ୍ୟାଚରେ ପଂଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଶିଖର ଧଓ୍ବନ ଓ ପ୍ରଭସିମରନ ସିଂ ଭଲ ଆରମ୍ଭ କରିଥିଲେ ବି ସିଂ ମାତ୍ର ୧୨ ରନରେ ଓ୍ବିକେଟ୍ ହରାଇବା ପରେ ପରେ ଭାନୁକା ରାଜପକ୍ଷେ ଶୂନ ରନରେ ଆଉଟ ହୋଇଥିଲେ । ତେବେ ଗୋଟିଏ ପଟେ ଶିଖର ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୫୭ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୧ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୫ରନ କରିଥିଲେ । ଋଷି ଧଓ୍ବନ ୧୯ ରନ କରିଥିଲେ । ଶେଷ ବେଳକୁ ଶାହରୁଖ ଖାଁ ଓ ହରପ୍ରିତ ବ୍ରାର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୭୯ ପରି ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଖାଁ ୨୧ରନ ଓ ବ୍ରାର ୧୭ରନ କରିଥିଲେ ।

ଚଳିତ ଆଇପିଏଲରେ କୋଲକାତା ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୧୦ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିଛି  ଓ ୮ ପଏଣ୍ଟ ପାଇଛି । ସେହିପରି ପଂଜାବ ୧୦ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଛି  ଓ ୧୦ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର