ଇଂଲଣ୍ଡ-୨୦୧୯ ବିଶ୍ବକପ୍‌ ସଂଗୀତ ଉନ୍ମୋଚିତ

ଲଣ୍ଡନ୍‌: ମେ’ ୩୦ ତାରିଖରୁ ଇଂଲଣ୍ଡ ବିଶ୍ବକପ୍‌ ଆରମ୍ଭ ହେଉଥିବା ବେଳେ ଆୟୋଜକ ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଙ୍ଗଳବାର ପ୍ରଥମ ପ୍ରତିବଂଧକ ଭାବେ ବିଶ୍ବକପ୍‌-୨୦୧୯ ସଂଗୀତକୁ ଠିକଣା ସମୟରେ ଉନ୍ମୋଚନ କରିଛି। ‘ତୁମେ ଯଦି ମୋତେ ଏକମାତ୍ର କରିପାରିବ, ତେବେ ତୁମକୁ ଏକୁଟିଆ ହେବାକୁ ଦିଆଯିବନାହିଁ’-ଏହା ହେଉଛି ଏଥର ବିଶ୍ବକପ୍‌ ସଂଗୀତର ଅନ୍ତଃସ୍ବର। ନୂଆ ପିଢ଼ି ମଧ୍ୟରେ ଏହି ସଂଗୀତ ବେଶ୍‌ ଗ୍ରହଣୀୟ ଏବଂ ଖେଳୁଆଡ ମୂଲ୍ୟଭିତ୍ତିକ ହେବ ବୋଲି ମଧ୍ୟ କୁହାଯାଇଛି। ଗତ ମଙ୍ଗଳବାର ଉନ୍ମୋଚନ ଉତ୍ସବରେ ପୂର୍ବତନ ଇଂଲଣ୍ଡ ଅଲରାଉଣ୍ଡର୍ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍‌ଙ୍କ ସହିତ କ୍ରେଗ୍ ଜେମ୍ସ ଏବଂ ଲୋରିନ୍‌ ଉପସ୍ଥିତ ଥିଲେ। ୧୯୯୯ ବିଶ୍ବକପ୍ ଆୟୋଜନ କରିଥିବା ଇଂଲଣ୍ଡ ସେଥର ଲର୍ଡସରେ କରିଥିବା ଉଦ୍‌ଘାଟନୀ ଉତ୍ସବ ଏବଂ ସଂଗୀତକୁ ନେଇ ଅସନ୍ତୋଷର ଶିକାର ହୋଇଥିଲା। କିନ୍ତୁ ଏଥର ସେଭଳି ହେବ ନାହିଁ ବୋଲି ଆଶା ପ୍ରକାଶ କରାଯାଇଛି। ଆମ ପାଇଁ ପ୍ରଥମ ମ୍ୟାଚ୍‌ (ବନାମ ଶ୍ରୀଲଙ୍କା) ମଧ୍ୟ ଭଲ ବିତି ନ ଥିଲା ବୋଲି ଫ୍ଲିଣ୍ଟଫ୍ ସ୍ବୀକାର କରିଥିଲେ। ଏଥରର ସଂଗୀତ କିନ୍ତୁ ବଡ଼ ଆଶ୍ବସ୍ତି ଦେଇଛି ବୋଲି ଫ୍ଲିଣ୍ଟଫ୍‌ କହିଛନ୍ତି।

ସମ୍ବନ୍ଧିତ ଖବର