ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନରେ ୩ ଓଡ଼ିଆ

ଭୁବନେଶ୍ବର: ମଙ୍ଗଳବାରଠୁ ବ୍ରାଜିଲର ସାଓ ପୌଲୋରେ ଆରମ୍ଭ ହୋଇଥିବା ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଜଣ (୨ ଖେଳାଳି ଓ ଜଣେ ଅଧିକାରୀ) ଅଂଶଗ୍ରହଣ କରିଛନ୍ତି। ଖେଳାଳି ଭାବେ ଅଲିମ୍ପିକ୍‌ ସ୍ବର୍ଣ୍ଣ ବି‌ଜେତା ପ୍ରମୋଦ ଭଗତ (ଏସ୍‌ଏଲ୍-୩) ଏବଂ ଦୀପ ରଂଜନ ବିଶୋୟୀ (ଏସ୍‌ଏଲ୍‌-୪) ଅଂଶଗ୍ରହଣ କରୁଥିଲା ବେଳେ ସୁନିଲ ପ୍ରଧାନ ଦଳୀୟ ଅଧିକାରୀ ଭାବେ ଏମାନଙ୍କ ସହ ବ୍ରାଜିଲ ଗସ୍ତ କରିଛନ୍ତି। ପ୍ରମୋଦ ଏକକ ସହ ମିଶ୍ରିତ ଯୁଗଳ ଏବଂ ଦୀପ ରଂଜନ ଏକକ ଓ ଯୁଗଳରେ ଭାଗନେବେ।

ସମ୍ବନ୍ଧିତ ଖବର