ଆଇପିଏଲ୍‌-୧୪ରେ ୮ ଦଳ, ୨୦୨୨ରୁ ନୂଆ ଫ୍ରାଞ୍ଚାଇଜ୍‌

ମୁମ୍ବାଇ: ମାତ୍ର ୪ ମାସ ପରେ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪ରେ ବର୍ତମାନର ୮ ଦଳ ହିଁ ଅଂଶଗ୍ରହଣ କରିବେ। ବର୍ଦ୍ଧିତ ଦଳ ନିଷ୍ପତ୍ତି ୨୦୨୨ ସଂସ୍କରଣରୁ ଲାଗୁ ହେବ। ବର୍ତମାନ ୮ ଦଳ ଖେଳୁଥିବା ବେଳେ ୨୦୨୨ରୁ ଏହା ୧୦କୁ ବୃଦ୍ଧି ପାଇବ। ଏଥିଲାଗି ଯୋଜନା ପ୍ରସ୍ତୁତ ହୋଇଛି। ନୂଆ ଦଳ ପାଇଁ ୨୦୨୧ ଫେବ୍ରୁଆରିରୁ ଏପ୍ରିଲ୍ ମଧ୍ୟରେ ନିଲାମ ପ୍ରକ୍ରିୟା ହେବ ବୋଲି ସୂଚନା ମିଳିଛି। ଦୁଇ ମାସ ତଳେ ଚଳିତ ବର୍ଷର ଆଇପିଏଲ୍‌ ଶେଷ ହୋଇଥିବା ବେଳେ ଆଇପିଏଲ୍‌-୧୪ ପାଇଁ ଖୁବ୍ କମ୍‌ ସମୟ ରହିଥିବାରୁ ବିସିସିଆଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ଏହି କାରଣରୁ ନୂଆ ଦଳ ଯୋଜନାକୁ ବିଳମ୍ବିତ କାରାଯାଇଛି। କାରଣ ନୂଆ ଫ୍ରାଞ୍ଚାଇଜ୍‌ଙ୍କୁ ଯୋଡ଼ି ଆସନ୍ତା ବର୍ଷଠାରୁ ଖେଳାଇବା ଲମ୍ବା ସମୟର ଅପେକ୍ଷା ରଖୁଛି। ଏହା ଦ୍ବାରା ୨୦୨୧ ସଂସ୍କରଣ ଗୁରୁତ୍ବ ହରାଇବ ନାହିଁ। ପ୍ରସାରଣ ଅଧିକାର ଏବଂ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟ ଏହି ମର୍ମରେ ବିଚାର କରୁଛନ୍ତି। ସବୁକିଛି ଡିସେମ୍ବର ୨୪ ତାରିଖରେ ହେବାକୁଥିବ‌ା ବିସିସିଆଇର ସାଧାରଣ ପରିଷଦ ବୈଠକ (ଏଜିଏମ୍‌)ରେ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର