ଓଭର ରେଟ୍ ଦଣ୍ଡ ମାପକାଠି ସ୍ବଳ୍ପ

ଏବି ଡି’ଭିଲିୟର୍ସ

କୌଣସିଠି ଲଜ୍ଜା ସମ୍ପୃକ୍ତ ନ ଥାଏ, କିନ୍ତୁ ମଧ୍ୟ ବୟସରେ ଏହା ସମସ୍ତଙ୍କ କ୍ଷେତ୍ରରେ ଘଟିଥାଏ। ଆଇପିଏଲ୍‌ ମ୍ୟାଚ୍‌ଗୁଡ଼ିକ ସାଢ଼େ ୩ ଘଣ୍ଟାରେ ଶେଷ ହେବାର କଥା। ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ ଏବଂ ଉଭୟ ପାଳି ମଧ୍ୟରେ ବିରାମକୁ ଦେଖିଲେ ଯଥେଷ୍ଟ ସମୟ ରହିଛି। ତଥାପି ମ୍ୟାଚ୍‌ ପ୍ରାୟ ୪ ଘଣ୍ଟା ନେଇଯାଉଛି। ରାତି ୮ଟାରେ ଆରମ୍ଭ ହୋଇ ମଧ୍ୟରାତ୍ରୀ ଟପିଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍‌ ସୁପର୍‌ ଓଭରରେ ଶେଷ ହେବା ବେଳକୁ ପ୍ରାତଃଭୋଜନ ସମୟ ହୋଇଗଲା ଭଳି ଲାଗିଥିଲା। ମ୍ୟାଚ୍‌ରେ ସ୍ବଳ୍ପ ଓଭର ରେଟ୍ ବୋଲିଂ ପାଇଁ ଅଧିନାୟକଙ୍କୁ ଦଣ୍ଡିତ କରାଯିବା ବ୍ୟବସ୍ଥା ରହିଛି। ପ୍ରଥମେ ଆର୍ଥିକ ଦଣ୍ଡ କରାଯିବା ପରେ ନିଲମ୍ବନର ଆଶଙ୍କା ବି ରହିଛି। କିନ୍ତୁ ଏଭଳି ମାପକାଠି ସବୁଠୁ କମ୍‌ ଲାଗୁଛି। ଏହା ଓଜନ ହ୍ରାସ ଲାଗି ଜଣେ ଭଦ୍ରବ୍ୟକ୍ତି ଦୁଇଟି ବଡ଼ ବର୍ଜର ଓ କେକ୍‌ ମଗାଇବା ସହ ସମାନ। ଅମ୍ପାୟାରମାନେ ଜଲଦି ଜଲଦି ଚା’ ପିଇ ଦେଇପାରନ୍ତି, କିନ୍ତୁ କିଛି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନେଇ ୨୦ ମିନିଟରୁ ୧୦ ମିନିଟ୍ କମ୍ କରିଦେଇପାରନ୍ତେ। ସେହିଭଳି କଠୋର ଦଣ୍ଡ ଭାବେ ନେଟ୍ ରନ୍ ରେଟ୍‌ (ଏନ୍‌ଆର୍‌ଆର୍‌) ଦଣ୍ଡ କିମ୍ବା ପଏଣ୍ଟ ହ୍ରାସ ବ୍ୟବସ୍ଥା ରହିଲେ ପ୍ରତିଦ୍ବନ୍ଦ୍ବିତା ଅଧିକ ତୀବ୍ର ହୋଇପାରନ୍ତା। ଅମ୍ପାୟାରମାନେ ଏଥି ପାଇଁ ଘଣ୍ଟା ଉପରେ ନଜର ରଖି ଅଧିନାୟକ ଓ ବୋଲରଙ୍କୁ ସଚେତନ କରାଇବା ଜରୁରି। ପ୍ରତି ବ୍ୟକ୍ତି ମଧ୍ୟ ଏହାର ଦାୟିତ୍ବ ନେବା ଆବଶ୍ୟକ। ଅଳ୍ପ କଥାବାର୍ତା, ଚାଲିବା ବଦଳରେ ଦୌଡ଼ିବା ଏବଂ ପ୍ରତି ମୁହୂର୍ତରେ ବ୍ୟସ୍ତ ରହିବା ଜରୁରି। ଯେ କୌଣସି ମଧ୍ୟ ବୟସର ଲୋକ ନିଶ୍ଚିତ ଏହାକୁ ଅନୁଭବ କରିଥିବେ। ଅଣ୍ଟା ବଢ଼ିଯାଇଥିବା ଏହି ବ୍ୟକ୍ତିମାନଙ୍କୁ ଭଲ ଅଭ୍ୟାସ ରଖିବାର ଆବଶ୍ୟକତା ଥାଏ। ଏଭଳି ଜଣେ ବ୍ୟକ୍ତି ନିଜ ରୂପରେଖକୁ ଠିକ୍ ରଖିବା ଲାଗି କମ୍‌ ଖାଇବା ଏବଂ ଅଧିକ ବ୍ୟାୟାମ କରିବାର ଆବଶ୍ୟକତା ଥାଏ। ତେଣୁ ଆଇପିଏଲ୍‌ ସହିତ ଜଡ଼ିତ ବ୍ୟକ୍ତିମାନେ ମିଳିତ ଭାବେ ଏଭଳି ଦାୟିତ୍ବବୋଧକୁ ବୁଝିବା ଜରୁରି। ସମାନ ସମୟରେ ଆଇପିଏଲ୍‌ର ରୂପରେଖକୁ ସୁନ୍ଦର ରଖିବା ଲାଗି ଆମକୁ ମଧ୍ୟ ଭଲ ଅଭ୍ୟାସ ଆବଶ୍ୟକ। ଇଂଲଣ୍ଡରେ ଆସନ୍ତା ବର୍ଷଠାରୁ ଏକ ନୂଆ ୧୦୦ ବଲ୍‌ ପ୍ରତିଯୋଗିତା ଆରମ୍ଭ ହେବ। ମ୍ୟାଚ୍‌କୁ ଅଢ଼େଇ ଘଣ୍ଟା ଭିତରେ ସାରିବାକୁ ଯୋଜନା ରହିଛି। ଏଭଳି ସଂକ୍ଷିପ୍ତ ଫର୍ମାଟ କେତେ ଚାଲିବ ଦେଖିବାର ଅଛି, କିନ୍ତୁ ବ୍ୟାଟସମ୍ୟାନ୍‌ ନିଶ୍ଚିତ ଶତକ ଅଭାବ ଲାଗି ଦୁଃଖ କରିବେ।

ସମ୍ବନ୍ଧିତ ଖବର