ଓସିଏ-ଓସ୍‌ଜା ସାକ୍ଷାତ ଆଲୋଚନା, ଆନ୍ତର୍ଜାତିକ ଦିନିକିଆ ପରେ ହେବ ଟ୍ବିନ୍‌ ସିଟି ମିଡିଆ କପ୍‌

କଟକ: ନବ ନିର୍ବାଚିତ ଓସିଏ କର୍ମକର୍ତ୍ତାଙ୍କ ସହ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସ˚ଘ (ଓସ୍‌ଜା)ର ପ୍ରତିନିଧିମାନେ ସାକ୍ଷାତ ଆଲୋଚନା କରିଛନ୍ତି। ଏଥିପାଇଁ ଓସିଏ ସମ୍ପାଦକଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର ଓ ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପ୍ରଥମେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟରେ କ୍ରିକେଟ୍‌ର ବିକାଶ ପାଇଁ ଓସିଏ ସହ କ୍ରୀଡ଼ା ସାମ୍ବାଦିକମାନେ ମିଳିତ ଭାବେ ଆଗେଇ ଆସିବାକୁ ଓସିଏ ସମ୍ପାଦକ ସ˚ଜୟ ବେହେରା ଆହ୍ବାନ କରିଛନ୍ତି। ତୃଣମୂଳସ୍ତରରୁ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦିଆଯିବା ସହିତ ଖେଳର ବିକାଶ ଦିଗରେ କ୍ରୀଡ଼ା ସାମ୍ବାଦିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ କ୍ରୀଡ଼ା ସାମ୍ବାଦିକମାନେ ଗଠନମୂଳକ ସହଯୋଗ ଦେବାକୁ ସ˚ଜୟ ଅନୁରୋଧ କରିଛନ୍ତି। ଅନ୍ୟାନ୍ୟ କ୍ରୀଡ଼ା ପରି କ୍ରିକେଟ୍‌ ଓ ଖେଳାଳିମାନଙ୍କର ବିକାଶ ଦିଗରେ କ୍ରୀଡ଼ା ସାମ୍ବାଦିକ ସବୁବେଳେ ଯତ୍ନବାନ୍‌ ରହିଥିବା ଓସ୍‌ଜା ପକ୍ଷରୁ କୁହାଯାଇଥିଲା। ଆଗକୁ କଟକ ଓ ଭୁବନେଶ୍ବରର ସାମ୍ବାଦିକଙ୍କୁ ନେଇ ଏକ ଟୁଇନ୍‌ ସିଟି ମିଡ଼ିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ ପାଇଁ ଓସିଏକୁ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କରେ ଓସିଏ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିଛି। ଭାରତ-େଵଷ୍ଟଇଣ୍ଡିଜ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ପରେ ଏହା ଆୟୋଜନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ସାକ୍ଷାତକାର ସମୟରେ ଓସିଏ ସମ୍ପାଦକଙ୍କ ସହିତ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି, ଓଡ଼ିଶା ଅଲିମ୍ପିକ୍ସ ଓ ଫୁଟ୍‌ବଲ୍‌ ସଂଘ କାର୍ଯ୍ୟକାରୀ ସମ୍ପାଦକ ଅଭିଜିତ ପାଲ ମଧ୍ୟ ଉପସ୍ଥିତ ଥିଲେ। ଓସ୍‌ଜା ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି କେ ରବି, ଉପସଭାପତି ଦେବୀପ୍ରସନ୍ନ ମହାନ୍ତି, ଯୁଗ୍ମ ସମ୍ପାଦକ ତପନ ସ୍ବାଇଁ, ଦେବାଶିଷ ସୁନ୍ଦରାୟଙ୍କ ସହିତ ସୂର୍ଯ୍ୟପ୍ରସାଦ ରଥ, ତନ୍ମୟ ଦାସ, ସୁଜିତ ଦାସ, ସନ୍ତୋଷ ମହାନ୍ତି, ବେଣୁଧର ଦାସ, ସୌଭାଗ୍ୟ ରଥ, ଦୀପ୍ତିର˚ଜନ ସାମଲ, କୁମାରଶ୍ରୀ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର