ଏଜି ଓଡ଼ିଶା ଜିତିଲା ଭାଗ୍ୟଧର ଟ୍ରଫି

ଭୁବନେଶ୍ୱର: ଏଜି ଓଡ଼ିଶା ରାଜ୍ୟସ୍ତରୀୟ ତୃତୀୟ ଭାଗ୍ୟଧର ଟ୍ରଫି କରାୟତ କରିଛି। ସିଟି କ୍ଲବ୍‌ ଆନୁକୂଲ୍ୟରେ ନୂଆପଲ୍ଲୀ ଇନ୍ଦିରା ମଇଦାନରେ ରବିବାର ଏହି ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଏଜି ଓଡ଼ିଶା ୩-୨ (୦-୦) ଟ୍ରାଇବେକର୍‌ରେ କଟକର ବାରବାଟୀ ସ୍ପୋର୍ଟିଂକୁ ପରାସ୍ତ କରିଛି। ଏଜି ଓଡ଼ିଶାର ସୌରଭ ଭିରିଡ଼ିଙ୍କୁ ଶ୍ରେଷ୍ଠ ଗୋଲ୍‌ ରକ୍ଷକ ପୁରସ୍କାର ମିଳିଥିଲା। ଖେଳକୁ ଏସ୍‌ପି ଦାସ, ଟି ମୋହନ ରାଓ, ଏସ୍‌ ଖାନ୍‌ ଏବଂ ରଜତ ମଲ୍ଲିକ ପରିଚାଳନା କରିଥିଲେ। ଅର୍ଥ ଓ ଅବକାରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୧୫,୦୦୦ ଓ ୧୦,୦୦୦ ଟଙ୍କାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଲତା ଦେଓ, ସୁବାଷ ପାତ୍ର, ଅଶୋକ ମହାନ୍ତି, ସୌର୍ଯ୍ୟରଂଜନ ପରିଜା, ନବରଂଜନ ପଟ୍ଟନାୟକ, ନବକିଶୋର ବେହେରା ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥି ଭାବେ ଉପସ୍ଥିତ ଥିଲେ। ବିଜେତା ରାଶିକୁ କୁଶ ପଟ୍ଟନାୟକଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ଭାଇ ନବରଞ୍ଜନ ପଟ୍ଟନାୟକ ପ୍ରଦାନ କରିଥିଲେ। ଆୟୋଜକ ଭାଗ୍ୟଧର ଜଗଦ୍ଦେବ, ପ୍ରିୟତମା ଜଗଦ୍ଦେବ, କ୍ଲବ୍‌ର ସାଧାରଣ ସମ୍ପାଦକ ଉମେଶ ଚନ୍ଦ୍ର ବଳିୟାରସିଂହ, ଯୁଗ୍ମ ସମ୍ପାଦକ ତ୍ରିନାଥ ମଙ୍ଗରାଜ, ତପନ ଭଞ୍ଜ, କାର୍ଯ୍ୟକାରୀ ସଭାପତି କାଶୀନାଥ ଜେନା, ଯୋଗେନ୍ଦ୍ର ଜେନା, ବଟକୃଷ୍ଣ ପାଇକରାୟ, ସତ୍ୟବାଦୀ ବାଘ ଏବଂ ସନୋଷ କୁମାର ସୁନ୍ଦରାୟ ପ୍ରମୁଖ ପ୍ରତିଯୋଗିତାକୁ ସଫଳତା ସହ ଆୟୋଜନ କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର