ଅବସର ନେଲେ ଅଜ୍‌ମଲ

ଲାହୋର: ପାକିସ୍ତାନୀ ସ୍ପିନର୍‌ ସାଇଦ୍‌ ଅଜ୍‌ମଲ୍‌ ଗୁରୁବାର ନିଜର ଅବସର ବିଷୟରେ ଘୋଷଣା କରିଛନ୍ତି। ଏଥିପାଇଁ ସେ ଆଇସିସିକୁ ସମାଲୋନଚା କରିଛନ୍ତି। ଆଇସିସି ଯୋଗୁଁ ସେ ବାଧ୍ୟବାଧକରେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏଥିସହ ଆଇସିସିର ବୋଲିଂ ଢଙ୍ଗ ନିୟମକୁ ମଧ୍ୟ ସମାଲୋଚନା କରିବାକୁ ଭୁଲିନାହାନ୍ତି। ଅଜ୍‌ମଲ ୩୫ ଟେଷ୍ଟ୍‍ରୁ ୧୭୮ ଓ୍ଵିକେଟ୍‌ ହାସଲ କରିଛନ୍ତି। ୟୁଏଇରେ ୨୦୦୯ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବେଳେ ତାଙ୍କ ବୋଲିଂ ଢଙ୍ଗରେ ତୃଟି ଥିବା ନେଇ ପ୍ରଥମ ଥର ଲାଗି ଧରା ପଡ଼ିଥିଲା। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଗଲ୍‌ ଟେଷ୍ଟ୍‍ରେ ଦ୍ୱିତୀୟ ଥର ଲାଗି ଧରାପଡ଼ିବା ପରେ ସେ କ୍ରିକେଟ୍‌ରୁ ଦୁରେଇ ଯାଇଥିଲେ। ୨୦୧୫ରେ ପୁଣି ଥରେ କ୍ରିକେଟ୍‌କୁ ଫେରିଥିଲେ ମଧ୍ୟ ସଫଳ ହୋଇନଥିଲେ। ‘ଏବେ ମୋତେ ୪୦ ବର୍ଷ, ଯୁବ ଖେଳାଳିଙ୍କୁ ବାଟ ଛାଡ଼ିବା ସହ ସମ୍ମାନ ଲାଗି ଏଭଳି ନିଷ୍ପତ୍ତି ନେଲି ବୋଲି ଅଜ୍‌ମଲ କହିଛନ୍ତି।

ସମ୍ବନ୍ଧିତ ଖବର