ବାରିପଦା: ବାରିପଦା ଲ’ କଲେଜ ପଡ଼ିଆରେ ବୁଧବାର ଉଦ୍ଘାଟିତ ହେବ ସର୍ବଭାରତୀୟ ୧୯ ବର୍ଷରୁ କମ୍ ରଗ୍ବି ପ୍ରତିଯୋଗିତା। ଏଥିରେ ୨୦ ପୁରୁଷ ଓ ୧୨ ମହିଳା ଦଳ ଭାଗ ନେବେ। ଓଡ଼ିଶାରୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ମୋଟ ୬ଟି ଦଳ ଏଥିରେ ଭାଗନେବେ । ମୟୂରଭଞ୍ଜ, କିସ୍ ଓ ଭୁବନେଶ୍ୱର ଦଳ ଉଭୟ ପୁରୁଷ ଓ ମହିଳା ବର୍ଗରେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗିତା ୯ ତାରିଖରେ ଉଦ୍ଯାପିତ ହେବ। ପ୍ରାୟ ୧୦୦୦ ଖେଳାଳି ଓ ଅଫିସିଆଲ୍ ଏହି ପ୍ରତିଯୋଗିତା ପାଇଁ ବାରିପଦାକୁ ଆସିଛନ୍ତି। ଜାତୀୟ ରଗ୍ବି ଦଳର ଅଧିନାୟିକା ତଥା ନେହା ପରଦେଶୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।