ସର୍ବଭାରତୀୟ ଟେନିସ୍ ଆଜିଠୁ

ଭୁବନେଶ୍ବର : ମିସନ୍ ଅଲିମ୍ପିକ୍ସ ସ୍ପୋର୍ଟସ ଫାଉଣ୍ଡେସନ୍‌ (ଏମ୍‌ଓଏସଏଫ) ଏବଂ ଓଡ଼ିଶା ‌ଟେନିସ୍‌ ସଂଘ (ଓଟିଏ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୧୪ ତାରିଖରୁ ଦୁଇଟି ବୟସ ବର୍ଗର (୧୨ ଓ ୧୪ ବର୍ଷରୁ କମ୍‌) ଚାମ୍ପିଅନସିପ୍ ସିରିଜ୍ (ସିଏସ୍‌) ଅନୁଷ୍ଠିତ ହେବ। ଏଥିପାଇଁ ଶନିବାରଠାରୁ ଯୋ‌ଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ମଧ୍ୟ ଖେଳାଯିବ। ଏ ପର୍ଯ୍ୟନ୍ତ ଓଡ଼ିଶା ସମେତ ୮ ରାଜ୍ୟରୁ ପ୍ରାୟ ୧୦୦ ଖେଳାଳି ନାମ ପଞ୍ଜିକୃତ କରି ସାରିଛନ୍ତି ବୋଲି ଫାଉଣ୍ଡେସନ୍‌ର ଟ୍ରଷ୍ଟି ତଥା ପ୍ରଶିକ୍ଷକ ସନ୍ତୋଷ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ଅବହେଳିତ ବର୍ଗର ଖେଳାଳିଙ୍କୁ ସହାୟତା କରି ଆସୁଥିବା ଏମ୍ଓଏସ୍‌ଏଫ୍‌ ଖେଳାଳିଙ୍କ ରୢାଙ୍କିଙ୍ଗ୍ ପଏଣ୍ଟ୍ ଓ ଦକ୍ଷତା ବଢ଼ାଇବା ଲାଗି ଓଡ଼ିଶାରେ ବର୍ଷକୁ ଅନ୍ୟୁନ ୧୦ଟି ଆଇଟା ସ୍ତରର ପ୍ରତିଯୋଗିତା ଆୟୋଜନ କରିବା ଯୋଜନା ରଖିଛି ବୋଲି ସୂଚନା ଦେଇଛନ୍ତି ଏହାର ଅନ୍ୟତମ ଟ୍ରଷ୍ଟି ମାନସ ରଂଜନ ସାମଲ।

ସମ୍ବନ୍ଧିତ ଖବର