ଅମର ଶତପଥୀ ସର୍ବଭାରତୀୟ ଟେନିକଏଟ୍‌ ମହାସଂଘର ସହଅଧ୍ୟକ୍ଷ

ଯାଜପୁର: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ସର୍ବଭାରତୀୟ ଟେନିକଏଟ୍‌ ମହାସଂଘର ସହଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହାଇଦ୍ରାବାଦଠାରେ ଗତ ୭ ତାରିଖରେ ଅନୁଷ୍ଠିତ ମହାସଂଘର ସାଧାରଣ ପରିଷଦ ଏବଂ କାର୍ଯ୍ୟକାରୀ କମିଟି ବୈଠକରେ ସେ ସର୍ବସମ୍ମତିକ୍ରମେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ବୈଠକର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଟେନିକଏଟ୍‌କୁ ଖେଲୋ ଇଣ୍ଡିଆରେ ସାମିଲ କରିବାକୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ।

ଏନେଇ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ। ସେହିପରି ଚଳିତ ବର୍ଷ ଓଡ଼ିଶାରେ ଟେନିକଏଟ୍‌ର ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ସୂଚନାଯୋଗ୍ୟ, ଅମର ପ୍ରସାଦ ଶତପଥୀ ସର୍ବଭାରତୀୟ ଟେନିକଏଟ୍‌ ଫେଡେରେସନ୍‌ର ଓଡ଼ିଶା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ସର୍ବଭାରତୀୟ ଉପ ସଭାପତି ଦାୟିତ୍ବ ତୁଲାଇଥିଲେ। ଏବେ ସହଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର