ପୂର୍ବତନ ୟୁଏସ୍‌ ଓପନ୍‌ ବିଜୟିନୀଙ୍କୁ ମାତ୍‌ ଦେଲେ ଅଙ୍କିତା

ଆନିଙ୍ଗ୍‌ (ଚୀନ୍‌): ଭାରତର ଶ୍ରେଷ୍ଠ ମହିଳା ଏକକ ଟେନିସ ଖେଳାଳି ଅଙ୍କିତା ରାଇନା ବୁଧବାର ପୂର୍ବତନ ୟୁଏସ୍‌ ଓପନ୍‌ (୨୦୧୧) ବିଜୟିନୀ ସାମନ୍ଥା ସ୍ତୋସୁରଙ୍କୁ ହରାଇ ଦେଇଛନ୍ତି। ଚଳିତ କୁନମିଙ୍ଗ୍‌ ଓପନ୍‌ର ପ୍ରଥମ ପର୍ଯ୍ୟାୟରେ ଏସୀୟ କ୍ରୀଡ଼ା କାଂସ୍ୟ ବିଜୟିନୀ ଅଙ୍କିତା ୫୦ ମିନିଟ୍‌ରେ ୭-୫, ୨-୬, ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ସ୍ତୋସୁରଙ୍କୁ ମାତ୍‌ ଦେଇ ବିଦାୟ ରାସ୍ତା ଦେଖାଇଥିଲେ। ଦୁଇ ଥର ଉଭୟ ମୁହାଁମୁହିଁ ହୋଇଥିଲା ବେଳେ ପ୍ରଥମ ମୁକାବିଲାରେ ସ୍ତୋସୁର ବାଜି ମାରିଥିଲେ। ହେଲେ ଏଠାରେ ୨୬ ବର୍ଷୀୟା ଅଙ୍କିତା ଜିତି ମଧୁର ପ୍ରତିଶୋଧ ନେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସେ ଚୀନ୍‌ର କାଇ-ଲିନ୍‌ ଝାଙ୍ଗ୍‌ଙ୍କୁ ଭେଟିବେ। ସାନିଆ ମିର୍ଜା ଏବଂ ନିରୁପମା ବୈଦ୍ୟନାଥଙ୍କ ପରେ ସଂପ୍ରତି ବିଶ୍ବ ମାନ୍ୟତାରେ ୧୭୮ରେ ଥିବା ଅଙ୍କିତା ତୃତୀୟ ଭାରତୀୟ ଭାବେ ଶ୍ରେ‌ଷ୍ଠ ୨୦୦ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର