ଅଂଶୁମାନ ସ୍ମାରକୀ କ୍ରିକେଟ୍‌: ପୂର୍ବତଟ ରେଳବାଇ ଫାଇନାଲ୍‌ରେ

ଧର୍ମଶାଳା/ଚଢେଇଧରା: ଅଷ୍ଟମ ବାର୍ଷିକୀ ଅଂଶୁମାନ ସ୍ମାରକୀ କ୍ରିକେଟ୍‌ରେ ସୋମବାର ଆସାନସୋଲ ପୂର୍ବ ରେଳବାଇକୁ ୭ ରନ୍‌ରେ ହରାଇ ପୂର୍ବତଟ ରେଳବାଇ ଫାଇନାଲ୍‌ରେ ପ୍ରବେଶ କରିଛି। ପୂର୍ବତଟ ରେଳବାଇ ୨୪୭ ରନ୍‌ କରିଥିଲା। ସମୀର ମହାନ୍ତି ୪୭ ବଲରେ ୮୫ ଓ ପ୍ରୟାସ ସିଂ ଠାକୁର ୨୪ ବଲ୍‌ରେ ୪୫ ରନ କରିଥିଲେ। ଜବାବରେ ଆସାନସୋଲ ୯ ଓ୍ଵିକେଟ୍‌ ହରାଇ ୨୪୦ ରନ୍‌ କରିଥିଲା। ଅନୁପ ସମାଦାର୍‌ ୫୮ ବଲ୍‌ରେ ୯୧ ଓ ଅମିତ ସିଂ ୨୨ ବଲ୍‌ରେ ୩୩ ରନ କରିଥିଲେ । ପ୍ରଶାନ୍ତ ସାହୁ, ଅଙ୍କିତ ଯାଦବ ଓ ତରୁଣ ଶର୍ମା ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ସମୀର ମହାନ୍ତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିିଥିଲେ।

ସମ୍ବନ୍ଧିତ ଖବର