ଥମାସ୍ କପ୍ ବିଜେତା ଭାରତୀୟ ଦଳକୁ ମିଳିବ ୧ କୋଟି ଟଙ୍କାର ପୁରସ୍କାର: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ପଦକ୍ଷେପ ନେଇ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଭାରତୀୟ ପୁରୁଷ ବ୍ୟାଡମିଂଟନ୍ ଦଳ, ଯିଏ ପ୍ରଥମ ଥର ପାଇଁ ପ୍ରତିଷ୍ଠିତ ଥମାସ୍ କପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି, ସେହି ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଛନ୍ତି । ବ୍ୟାଙ୍କକ୍ ଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ୧୪ ଥର ଚାମ୍ପିଅନ୍ ହୋଇଥିବା ଇଣ୍ଡୋନେସିଆ ଉପରେ ଭାରତୀୟ ଦଳ ୩-୦ ଅନୁପାତର ଚମତ୍କାର ବିଜୟ ପ୍ରାପ୍ତ କରିଛନ୍ତି ।

ଅନୁରାଗ ଠାକୁର ଏକ ସ୍ୱତଃସ୍ଫୁର୍ତ ନିର୍ଣ୍ଣୟ ସହିତ ବିଜୟର ଉତ୍ସବ ପାଳନ କରିଥିଲେ । ସେ କହିଥିଲେ ଯେ “ପ୍ଲେ – ଅଫରେ ମାଲେସିଆ, ଡେନମାର୍କ ଏବଂ ଇଣ୍ଡୋନେସିଆ ଉପରେ ଲଗାତାର ବିଜୟ ଲାଭ କରିବା ସହିତ ଥମାସ କପ୍ ଜିତିବା ପାଇଁ ଭାରତର ଅସାଧାରଣ କୃତିତ୍ୱ ନିୟମରେ କିଛି କୋହଳ କରିବା ନିମନ୍ତେ ଆହ୍ୱାନ ଦେଇଛି । ଏହା ଗର୍ବର ବିଷୟ ଯେ, ମୁଁ ସେହି ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରୁଛି, ଯେଉଁ ଦଳ ଏହି ସପ୍ତାହନ୍ତରେ ଭାରତୀୟମାନଙ୍କୁ ବହୁତ ବଡ ଖୁସି ପ୍ରଦାନ କରିଛନ୍ତି ।”

କ୍ରୀଡା ମନ୍ତ୍ରୀ ଭାରତୀୟ ଦଳର ଖେଳାଳି, ପ୍ରଶିକ୍ଷକ ଏବଂ ସହଯୋଗୀ ଷ୍ଟାଫ୍ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି “କିଦମ୍ବୀ ଶ୍ରୀକାନ୍ତ ଏବଂ ଏଚ୍ଏସ୍ ପ୍ରଣୟ ପ୍ରତ୍ୟେକ ଥର କୋର୍ଟରେ ପାଦ ରଖିବା ସହିତ ବିଜୟ ଲାଭ କରିଥିଲେ । ସାତ୍ୱିକ ସାଇରାଜ୍ ରଙ୍କି ରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କର ଯୋଡି ନକଆଉଟରେ ସମସ୍ତ ତିନି ଗୋଟି ପର୍ଯ୍ୟାୟକୁ ମିଶାଇ ଛଅ ଗୋଟି ମ୍ୟାଚରୁ ୫ ପଏଂଟ ଦେବା ପାଇଁ ବିଜୟ ସୂଚକ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ବିଚାରକ ମଣ୍ଡଳୀକୁ ଅନୁପ୍ରେରିତ କରିଥିଲା ।”

ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆ ବିରୋଧରେ ପ୍ରାରମ୍ଭିକ ମ୍ୟାଚରେ ବିଜୟ ଲାଭ କରିବା ପାଇଁ ଚମତ୍କାର ସାହସ ପ୍ରଦର୍ଶନ କରିଥିଲେ । ମୋର ବିଶ୍ୱାସ ଯେ, ଏମ୍ଆର୍ ଅର୍ଜୁନ ଏବଂ ଧ୍ରୁବ କପିଳାଙ୍କର ଏବଂ କୃଷ୍ଣ ପ୍ରସାଦ ଗରଗା ଏବଂ ପଞ୍ଜାଲା ବିଷ୍ଣୁବର୍ଦ୍ଧନ ଗୌଡ ସହିତ ପ୍ରିୟାଂଶୁ ରାଜାୱତ୍ଙ୍କର ଯୋଡି ଏହି ଐତିହାସିକ ଅଭିଯାନର ଅଂଶ ହେବା ବହୁତ ଲାଭଦାୟକ ହୋଇଛି” ବୋଲି ଅନୁରାଗ ଠାକୁର କହିଛନ୍ତି ।

Anurag Thakur - Wikipedia

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ସହାୟତା ପ୍ରଦାନ କରି ଦଳର ଅଭୂତପୂର୍ବ ସଫଳତାରେ ଯୋଗଦାନ ଦେଇଛି । ଜାନୁଆରିରୁ ଆରମ୍ଭ ହୋଇଥିବା ୧୦ ସପ୍ତାହର ଜାତୀୟ କ୍ରୀଡା ଶିବିର ଖେଳାଳି ମାନଙ୍କ ଫିଟନେସ୍ ସ୍ତରକୁ ବୃଦ୍ଧି କରିବା କ୍ଷେତ୍ରରେ ସହାୟତା ପ୍ରଦାନ କରିଛି । ଯୁଗଳ ସଂଯୋଜନର ସହାୟତା ନିମନ୍ତେ ମାଥିଆସ୍ ୱ’ ଙ୍କୁ ପ୍ରଶିକ୍ଷକ ରୂପରେ ସାମିଲ୍ କରିବା ନିମନ୍ତେ ସମର୍ଥନ ମଧ୍ୟ ଉଲ୍ଲେଖନୀୟ ରହିଛି । ବିଗତ ଚାରି ବର୍ଷ ମଧ୍ୟରେ, ମନ୍ତ୍ରଣାଳୟ ଭାରତୀୟ ବ୍ୟାଡମିଂଟନ୍ ଖେଳାଳି ମାନଙ୍କୁ ବିଦେଶୀ ଏବଂ ଭାରତୀୟ ପ୍ରଶିକ୍ଷକ ମାନଙ୍କ ବେତନ ସମେତ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତା ଗୁଡିକ ନିମନ୍ତେ ୬୭.୧୯ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛି । ଏବଂ କେବଳ ଗତ ଏକ ବର୍ଷ ଭିତରେ, ମନ୍ତ୍ରାଳୟ ୪.୫୦ କୋଟି ଟଙ୍କାର ଅର୍ଥ ବ୍ୟୟରେ ୧୪ଟି ଅନ୍ତର୍ଜାତୀୟ ଯାତ୍ରାକୁ ପ୍ରୋତ୍ସାହିତ କରିଛି

ସମ୍ବନ୍ଧିତ ଖବର