ଏସୀୟ ବ୍ୟାଡ୍‌ମିଣ୍ଟନ: ପଦକ ପକ୍କା କଲେ ସିନ୍ଧୁ

ମାନିଲା (ଫିଲିପାଇନ୍ସ): ଦୁଇ ଥର ଅଲିମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିଅନ୍‌ସିପ୍‌ ସେମିଫାଇନାଲ୍‌ରେ ପହଞ୍ଚି ପଦକ ପକ୍କା କରିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଚତୁର୍ଥ ମା‌ନ୍ୟତାପ୍ରାପ୍ତ ସିନ୍ଧୁ ୨୧-୯, ୧୩-୨୧, ୨୧-୧୯ରେ ଚୀନ୍‌ର ହେ ବିଙ୍ଗ ଜିଆ‌ଓଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ସିନ୍ଧୁ ଏହି ପ୍ରତିଯୋଗିତାର ୨୦୧୪ ଗିମଚିଅନ ସଂସ୍କରଣରେ କାଂସ୍ୟ ଜିତିଥିଲେ। ୨୬ ବର୍ଷୀୟା ଏହି ହାଇଦ୍ରାବାଦ ଲଲନା ସେମିଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ସେହିପରି ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀ ସେମିଫାଇନାଲ୍‌ରେ ହାରି ବିଦାୟ ନେଇଛନ୍ତି। ଏହି ଭାରତୀୟ ଯୋଡ଼ି କ୍ବାର୍ଟର ଫାଇନାଲ୍‌ରେ ୨୧-୧୨, ୧୪-୨୧, ୧୬-୨୧ରେ ମାଲେସିଆର ଆରୋନ ଚିଆ ଓ ଉଲ୍‌ ୟିକ୍‌ ସୋ’ଙ୍କଠାରୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର