ଏସୀୟ ଫର୍ବସ୍‌ ତାଲିକାରେ ସିନ୍ଧୁ ଓ ମନ୍ଧାନା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ ମହିଳା କ୍ରିକେଟର୍‌ ସ୍ମୃତି ମାନ୍ଧାନାଙ୍କୁ ଫର୍ବସ ତାଲିକାର ଏସୀୟ ଶୀର୍ଷ ୩୦ ମଧ୍ୟରେ ସ୍ଥାନ ମିଳିଛି। ଫର୍ବସର ମନୋରଂଜନ ଓ କ୍ରୀଡ଼ା ଶ୍ରେଣୀରେ ମୋଟ ୪ ଜଣ ଭାରତୀୟଙ୍କୁ ସ୍ଥାନ ମିଳିଛି। ଅନ୍ୟ ୨ ଜଣ ହେଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ ପୋଲୋ ଦଳର ଅଧିନାୟକ ପଦ୍ମନାଭ ସିଂହ। ମୋଟ ୧୦ଟି ଶ୍ରେଣୀରୁ ମନୋନୀତ ୩୦୦ ଯୁବ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏମାନଙ୍କୁ ସ୍ଥାନ ମିିଳିଛି। ୨୨ ବର୍ଷୀୟ ସିନ୍ଧୁ ଏବେ ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଥିବାବେଳେ ଆସନ୍ତା ମାସର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦଳର ତ୍ରିରଙ୍ଗା ବାହକ ମନୋନୀତ ହୋଇଛନ୍ତି।

୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ମଧ୍ୟ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକକ ବର୍ଗର ସ୍ୱର୍ଣ୍ଣ ପଦକ ବିଜେତା ଲାଗି ଦାବିଦାର ଅଛନ୍ତି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁ ଏକକ ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ଅନ୍ୟପକ୍ଷରେ ବାମହାତୀ ବ୍ୟାଟର୍‌ ମନ୍ଧାନା ଭାରତୀୟ ମହିଳା କ୍ରିକେଟ୍‌ ଦଳର ଆଭ୍ୟନ୍ତରୀଣ ଅଙ୍ଗ ପାଲଟି ସାରିଛନ୍ତି। ୨୧ ବର୍ଷୀୟ ଏହି ମହିଳା କ୍ରିକେଟର୍‌ ପ୍ରଥମ ଭାରତୀୟ ଭାବେ ଦିନିକିଆ କ୍ରିକେଟ୍‌ରେ ଦ୍ୱିଶତକ ଅର୍ଜନ କରିଥିଲେ। ସେହିଭଳି ହନମନପ୍ରୀତ୍‌ କୌରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଅଷ୍ଟ୍ରେଲିଆର ବିଗ୍‌ ବାସ୍‌ ଲିଗ୍‌ରେ ଖେଳିବାର ଯୋଗ୍ୟତା ପାଇଥିଲେ।

ସମ୍ବନ୍ଧିତ ଖବର