ଅଷ୍ଟ୍ରେଲିଆ ୨୪ ବର୍ଷ ପରେ ପାକିସ୍ତାନ ଆସିବ

ମେଲ୍‌ବର୍ଣ୍ଣ : ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳ ୨୪ ବର୍ଷ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତ କରିବ ବୋଲି ପ୍ରାୟ ନିଶ୍ଚିତ ହୋଇଛି। ଉଭୟ ଦେଶର ସରକାର ଏବଂ ଖେଳାଳି ସଂଘ ସହ ଆଲୋଚନା କରିବା ପରେ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ଏହି ବିଷୟରେ ଶୁକ୍ରବାର ସ୍ପଷ୍ଟ କରିଛି। ଅଷ୍ଟ୍ରେଲିଆ ୧୯୯୮ରେ ଶେଷ ଥର ଲାଗି ପାକିସ୍ତାନ ଗସ୍ତ କରିଥିଲା। ଚଳିତ ବର୍ଷ ମାର୍ଚ ୪ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାକିସ୍ତାନ ସହ ୩ ଲେଖାଏଁ ଟେ‌ଷ୍ଟ୍‌ ଓ ଦିନିକିଆ ସାଙ୍ଗକୁ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ୪ ତାରିଖରୁ ରାୱଲପିଣ୍ଡିରେ ପ୍ରଥମ ଟେଷ୍ଟ୍‌ରୁ ଆରମ୍ଭ ଏବଂ ଏପ୍ରିଲ ୫ରେ ଟ୍ବେଣ୍ଟି-୨୦ରେ ଶେ‌ଷ ହେବ। ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ଲାହୋରରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କୌଣସି ବଡ଼ ଦଳ ପାକିସ୍ତାନ ଗସ୍ତ କରିବାକୁ ରାଜି ହେଉନଥିଲେ।

ସମ୍ବନ୍ଧିତ ଖବର