୧୨ରୁ ଦିନିକିଆ ଶୃଙ୍ଖଳା ଖେଳିବ ଭାରତ, ୩୩ ବର୍ଷ ପୂର୍ବରୁ ଡିଜାଇନ୍‌ ହୋଇଥିବା ଜର୍ସି ପିନ୍ଧିବେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ ଶୃଙ୍ଖଳାରେ ବିରାଟଙ୍କ ସେନା ଦ୍ୱାରା ୧-୨ରେ ଶୃଙ୍ଖଳା ହାରିବା ପରେ ଅଷ୍ଟ୍ରେଲିଆ ଟିମ୍‌ ଏବେ ଦିନିକିଆରେ ନିଜର ଭାଗ୍ୟ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛି। କଙ୍ଗାରୁ ଟିମ୍‌ ଜାନୁଆରୀ ୧୨ (ଶନିବାର) ଠାରୁ ଭାରତ ବିପକ୍ଷରେ ୩ ମ୍ୟାଚର ଦିନିକିଆ ଶୃଙ୍ଖଳା ଆରମ୍ଭ କରିବ। ଶୃଙ୍ଖଳାର ପ୍ରଥମ ମୁକାବିଲା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ହେବ।

କଙ୍ଗାରୁ ଦଳ ଦିନିକିଆ ଶୃଙ୍ଖଳାରେ ପ୍ରଚଳିତ ଜର୍ସି ପିନ୍ଧିବ ନାହିଁ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆର ଖେଳାଳିମାନେ ଯେଉଁ ଜର୍ସି ପିନ୍ଧିବେ, ତାହାକୁ ୩୩ ବର୍ଷ ତଳେ ଡିଜାଇନ୍‌ କରାଯାଇଥିଲା।

ଭାରତ ବିପକ୍ଷରେ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ରେଟ୍ରୋ ଲୁକ ଅର୍ଥାତ ୧୯୮୬ରେ ଡିଜାଇନ ହୋଇଥିବା ଜର୍ସିକୁ ଖେଳାଳିମାନେ ପିନ୍ଧିବେ। ସେହି ସମୟରେ ଏହି ଜର୍ସି ଗ୍ରୀନ ଆଣ୍ଡ ଗୋଲ୍ଡ ନାଁରେ ପରିଚୟ ସୃଷ୍ଟି କରିଥିଲା।

ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ଟିମ ଏହି ଜର୍ସି ପିନ୍ଧି ୩୩ ବର୍ଷ ତଳେ ଭାରତ ବିପକ୍ଷରେ ଚମତ୍କାର ଖେଳିଥିଲା ଏବଂ ଆଗାମୀ ଦିନିକିଆ ଶୃଙ୍ଖଳାରେ ଇତିହାସର ପୁନରାବୃତ୍ତି କରିବାକୁ ଚାହୁଁଛି। ବର୍ଷ ୧୯୮୬ରେ ଆଲାନ ବ୍ରୋଡରଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ ଭାରତ ବିପକ୍ଷରେ ଏହି ଜର୍ସି ପିନ୍ଧିଥିଲେ।

ସମ୍ବନ୍ଧିତ ଖବର