ଢେଙ୍କାନାଳ: ବନ୍ଧୁକ ମୁନରେ ୨.୪୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ଢେଙ୍କାନାଳ: ଟାଉନ୍‌ ଥାନା ଅନ୍ତର୍ଗତ ଗଜମରା ନିଟକରେ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ୨.୪୫ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଗୁରୁବାର ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜଣେ ବ୍ୟବସାୟୀ ଟଙ୍କା ବ୍ୟାଗ୍‌ ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଏହାପରେ ସେମାନେ ନିସ୍ତୁକ ମାଡ଼ ମାରିବା ପରେ ଟଙ୍କା ବ୍ୟାକ୍‌ ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ।

ଅଭିଯୋଗ ଅନୁସାରେ କଟକ ଜିଲ୍ଲାର ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ଝରିଆ ଗାଁର ବିଶ୍ୱନାଥ ସାହୁ ସିମେଣ୍ଟ, ରଡ଼ ଆଦି ବ୍ୟବସାୟ କରନ୍ତି। ସେ ଆଜି ଅପରାହ୍ନ ପ୍ରାୟ ୩ଟାରେ ଶଙ୍କରପୁର ରାସ୍ତାରେ ଢ଼େଙ୍କାନାଳ ଯାଉଥିବା ଥବା ବେଳେ ଗଜମରା ସ୍କୁଲ ନିକଟରେ ଦୁର୍ବୃତ୍ତମାନଙ୍କ ସମ୍ମୁଖୀନ ହୋଇଥିଲେ। ଏନ୍‌ଇଏଫ୍‌ଟି କରିବା ପାଇଁ ଢେଙ୍କାନାଳର ଇଣ୍ଡିଆନ୍‌ ବ୍ୟାଙ୍କ ଯାଉଥିବା ବେଳେ ଦୁର୍ବୃତ୍ତ ଦ୍ୱୟ ସେମାନଙ୍କୁ ପୂର୍ବରୁ ଟାର୍ଗେଟ କରିଥିଲେ ବୋଲି ଅଭିଯୋଗ ହୋଇଛି। ଟଙ୍କା ବ୍ୟାଗ୍‌ରେ ବିଭିନ୍ନ ବ୍ୟାଙ୍କର ୫ଟି ପାସ୍‌ବୁକ୍‌ ମଧ୍ୟ ଥିଲା ବୋଲି ବିଶ୍ୱନାଥ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଦୁର୍ବୃତ୍ତମାନେ ଲୁଟ ପରେ ଯେଉଁ ରାସ୍ତାରେ ଆସିଥିଲେ ସେପଟେ ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର