ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ସାକିବ୍‌ ଅଲ୍‌ ହାସନ୍‌ କ୍ରିକେଟରୁ ୨ ବର୍ଷ ପାଇଁ ବାସନ୍ଦ

ଢାକା: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାଂଲାଦେଶର ଅଧିନାୟକ ତଥା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ସାକିବ୍‌ ଅଲ୍‌ ହାସନ୍‌ଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିଛି। ଆଇସିସିର ଏହି କଟକଣା ପରେ ସାକିବ୍‌ ଅଲ୍‌ ହାସନ୍‌ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ରିକେଟ ଖେଳି ପାରିବେ ନାହିଁ। ଆଇସିସି ଆଣ୍ଟି କରପସନ ନିୟମକୁ ଉଲଂଘନ କରିଥିବା ସାକିବୁଲ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି।

ଏହି ନିଲମ୍ବନ ଆଦେଶରୁ ସ୍ପଷ୍ଟ ହୋଇଛି ଯେ, ସେ ଆଗାମୀ ଭାରତ-ବାଲାଂଦେଶ ଗସ୍ତରେ ସାକିବ୍‌ ଅଲ୍‌ ହାସନ୍‌ ଖେଳି ପାରିବେ ନାହିଁ। ତାଙ୍କୁ ଏହି ଗସ୍ତ ପାଇଁ ପୂର୍ବରୁ ଅଧିନାୟକ ଭାବେ ନିଯୁକ୍ତି କରାଯାଇଥିଲା। ବାଂଲାଦେଶ ଟିମ୍‌ ଭାରତରେ ୩ ଟି-୨୦ ଅନ୍ତର୍ଜାତୀୟ ଓ ୨ଟି ଟେଷ୍ଟ ମ୍ୟାଚ୍‌ର ଶୃଙ୍ଖଳା ଖେଳିବାକୁ ଅଛି।

ସାକିବ୍‌ ଅଲ୍‌ ହାସନ୍‌ଙ୍କ ଉପରେ ଅଭିଯୋଗ ଥିଲା ଯେ, ବାଂଲାଦେଶ, ଶ୍ରୀଲଙ୍କା ଓ ଜିମ୍ବାେଓ୍ଵ ବିପକ୍ଷରେ ଜାନୁଆରିରେ ଖେଳାଯାଇଥିବା ତ୍ରିପାକ୍ଷୀକ ଶୃଙ୍ଖଳା ୨୦୧୮ ଓ ଆଇପିଏଲ ୨୦୧୮ରେ ସଟ୍ଟା ଖେଳାଳିଙ୍କ ସହିତ ସଂପର୍କ ଥିଲା।

ସମ୍ବନ୍ଧିତ ଖବର