ମହଙ୍ଗା ପଡ଼ିଲା ଗର୍ଲ ଫ୍ରେଣ୍ଡକୁ ପାଗଳ ପରି ପିଟିବା, ଅଭିଯୁକ୍ତ ବାସ୍କେଟବଲ୍‌ ଖେଳାଳି ଗିରଫ

୨୦୧୬ର ଘଟଣା ୨୦୧୮ରେ ପ୍ରଘଟ

କାରକାସ୍‌: ଭେଞ୍ଜୁଆଲାର ଜଣେ ଖେଳାଳି ନିଜର ଗର୍ଲ ଫ୍ରେଣ୍ଡକୁ ପାଗଳ ପରି ପଟିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଗର୍ଲ ଫ୍ରେଣ୍ଡକୁ ପିଟୁଥିବା ବେଳେ ଘର ଛାତ ତଳେ ଲାଗିଥିବା କ୍ୟାମେରାରେ ସବୁ ରେକଡିଂ ହୋଇ ଯାଇଥିଲା। ସେହି ସମୟରେ ଅଭିଯୁକ୍ତ ବାସ୍କେଟବଲ ଖେଳାଳି ଡେନେରୀ ଭେଜ୍‌କେଭ୍‌ ଗର୍ଲ ଫ୍ରେଣ୍ଡକୁ ସିଡିରେ ପିଟୁଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅଭିଯୁକ୍ତ ଖେଳାଳି ବର୍ତ୍ତମାନ ଆମେରିକା ଜୁନିଅର ଟିମ୍‌ର ସଦସ୍ୟ। ୨୦୧୬ରେ ହୋଇଥିବା ଏହି ଘଟଣାକୁ ନିକଟରେ ସୋସିଆଲ ମିଡିଆରେ ଅପ୍‌ଲୋଡ କରାଯାଇଥିଲା। ଏହି ଭିଡିଓ ଜାରି କରାଯିବା ପରେ ଭେଜ୍‌କେଭ୍‌କୁ ଲଙ୍କାଷ୍ଟାର ବ୍ରୋର୍ଣ୍ଣଷ୍ଟାର୍ମରୁ ବାହାର କରି ଦିଆଯାଇଛି। ଭେଜ୍‌କେଭ୍‌ ଏହି ଟିମ୍‌ ପାଇଁ ନିକଟରେ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ଥିଲା।

ଭିଡିଓରେ ଦେଖାଯାଉଛି ଯେ, ଭେଜ୍‌କେଭ୍‌ ଓ ତା’ର ଗର୍ଲ ଫ୍ରେଣ୍ଡ ସିଡିରେ ତଳକୁ ଆସୁଛନ୍ତି। ଉଭୟ ଯେତେବେଳେ ତଳକୁ ଆସୁଛନ୍ତି, ଭେଜ୍‌କେଭ୍‌ ଅଚାନକ ପାଗଳ ପରି ପିଟିବାକୁ ଲାଗି ପଡ଼ିଛି। ଭେଜ୍‌କେଭ୍‌ ନିଜର ଗର୍ଲ ଫ୍ରେଣ୍ଡକୁ ଟଣାଓଟରା କରି ପିଟିବା ଆରମ୍ଭ କରିଦେଇଛି। ମାଡ଼ ମାରିବା ଘଟଣା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ୨୦୧୬ରେ ଭେଜ୍‌କେଭ୍‌ କୋରପସ୍‌ କ୍ରିଷ୍ଟି ହୁକ୍ସ ପାଇଁ ଖେଳୁଥିଲା। ସେହି ସମୟରେ ପାରିବାରିକ ହିଂସା ନେଇ ଭେଜ୍‌କେଭ୍‌ ବିରୋଧରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତ କୋର୍ଟରେ ଜରିମାନା ଦେବା ପରେ ମୋକଦମା ବନ୍ଦ ହୋଇଥିଲା। ୨୦୧୮ରେ ଭିଡିଓ ଜାରି ହେବା ପରେ ମାମଲା ପୁଣି ଥରେ ଆଲୋଚନାର ପରିସରକୁ ଆସିଛି।

ଭିଡିଓକୁ ସାର୍ବଜନୀନ କରାଯିବା ପରେ ଲଙ୍କାଷ୍ଟାର ବୋର୍ଣ୍ଣଷ୍ଟମର୍ସ କହିଛି, ଏହି ଭିଡିଓରେ ପାରିବାରିକ ହିଂସା ଦେଖାଯାଇଛି। ଏଥି ସହିତ ଆମେ ଭେଜ୍‌କେଭ୍‌ ସହିତ ସମ୍ପର୍କ ଶେଷ କରି ଦେଇଛୁ ବୋଲି କ୍ଲବ କହିଛି। କ୍ଲବ ମତରେ ୨୪ ବର୍ଷିଅ ଆଉଟ୍‌ ଫିଲ୍ଡର ବର୍ତମାନ ଟିମ୍‌ର ଅଂଶବିଶେଷ ନାହିଁ। ଭେଜ୍‌କେଭ୍‌ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର