ପୁରସ୍କାର ଘୋଷଣା କଲା ବିସିସିଆଇ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିବା ପରେ କୋହଲି ବାହନୀ ଉପରେ ଖୁସି ହୋଇ ବିସିସିଆଇ ମଙ୍ଗଳବାର ଆର୍ଥିକ ପୁରସ୍କାର ଘୋଷଣା କରିଛି। ଚୂଡ଼ାନ୍ତ ଦଳରେ ଥିବା ଖେଳାଳିମାନେ ସେମାନଙ୍କ ମ୍ୟାଚ୍ ପାଉଣା ସହ ସମାନ ଅର୍ଥାତ୍ ୧୫ ଲକ୍ଷ ଟଙ୍କା ଲେଖାଏଁର ବୋନସ ପାଇବେ ବୋଲି ବିସିସିଆଇ ଘୋଷଣା କରିଛି। ସେହିଭଳି ସଂରକ୍ଷିତ ଖେଳାଳିମାନେ ୭.୫ ଲକ୍ଷ ଟଙ୍କା ଏବଂ ପ୍ରଶିକ୍ଷକମାନେ ୨୫ ଲକ୍ଷ ଟଙ୍କା ଲେଖାଏଁ ପାଇବେ ବୋଲି ବିସିସିଆଇ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ଅନ୍ୟ ସହଯୋଗୀ ଅଧିକାରୀମାନେ ସେମାନଙ୍କ ମ୍ୟାଚ୍ ପାଉଣାର ଦୁଇ ଗୁଣା ଦରମା ଆକାରରେ ପାଇବେ ବୋଲି ମଧ୍ୟ ଜଣାପଡ଼ିଛି। ସୂଚନଯୋଗ୍ୟ ଯେ ବିରାଟ କୋହଲିଙ୍କ ଦଳ ୭୧ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳା ଜିତିବାରେ ପ୍ରଥମ ଭାରତୀୟ ଦଳ ହୋଇଛି। ସେହିଭଳି କଙ୍ଗାରୁ ଦଳକୁ ତା’ ଗଡ଼ରେ ଧୂଳି ଚଟାଇବାରେ ମଧ୍ୟ ପ୍ରଥମ ଏସୀୟ ଦଳ ହେବାର ଗୌରବ ଅର୍ଜନ କରିଛି।

ସମ୍ବନ୍ଧିତ ଖବର