୨୩ ବର୍ଷରୁ କମ୍‌ ବିଶ୍ୱ କୁସ୍ତି:ଭାରତକୁ ୩ ରୌପ୍ୟ

ନୂଆଦିଲ୍ଲୀ, : ପୋଲାଣ୍ଡରେ ଆୟୋଜିତ ୨୩ ବର୍ଷରୁ କମ୍‌ ବିଶ୍ୱ ପ୍ରତିଯୋଗିତାରେ ଭାରତ ୩ ରୌପ୍ୟ ପଦକ ସହ ଅଭିଯାନ ଶେଷ କରିଛି। ପୂର୍ବରୁ ମହିଳା ୪୮ କିଲୋଗ୍ରାମ୍‌ରେ ରିତୁ ଫୋଗତ ଫାଇନାଲ୍‌ରେ ହାରି ରୌପ୍ୟ ଜିତିଥିଲା ବେଳେ ସୋମବାର ଅନ୍ୟ ଦୁଇ ଭାରତୀୟ ଏସୀୟ ବିଜେତା ବଜରଙ୍ଗ ପୁନିଆ ଏବଂ ବିନୋଦ କୁମାର ରୌପ୍ୟ ପଦକ କରାୟତ କରିଛନ୍ତି। ସୋମବାର ୬୫ କିଲୋଗ୍ରାମ୍‌ ପୁରୁଷ ବର୍ଗ ଫାଇନାଲ୍‌ରେ ପୁନିଆ ୬-୧୭ରେ ରୁଷିଆର କୁଲାରଙ୍କଠୁ ଏବଂ ବିନୋଦ ୧-୩ରେ ଆମେରିକାର ରିଚାର୍ଡ ଲୁଓ୍ଵିସ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର