ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଚନ୍ଦନ ମନୋନୀତ

ବ୍ରହ୍ମପୁର=: ସେପ୍ଟେମ୍ବର ୧ରୁ ୭ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନର ତାସ୍‌କେଣ୍ଟ ଠାରେ ୧୨ତମ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଚନ୍ଦନ କୁମାର ସାହୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ପଞ୍ଜାବର ଚଣ୍ଡୀଗଡ଼ ଠାରେ କ୍ରୀଡ଼ା ଦିବସ ଅବସରରେ ଜାତୀୟ ଦଳ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିବା ବ୍ରହ୍ମପୁରର ଚନ୍ଦନ ୬୦ କେଜି ବର୍ଗରେ ଶ୍ରେ‌ଷ୍ଠ ପ୍ରଦର୍ଶନ କରି ବିଚାରକଙ୍କୁ ପ୍ରଭାବିତ କରିଥିଲେ। ଏଥିସହ ନିଜର ପ୍ରଥମ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ହାସଲ କରିଛନ୍ତି। ଏହାର ସଦୁପଯୋଗ କରି ପଦକ ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଚନ୍ଦନଙ୍କୁ ପ୍ରଶିକ୍ଷଣରେ ସହାୟତା ପ୍ରଦାନ କରିଥିବା ବରିଷ୍ଠ ଖେଳାଳି ଏସ୍‌.ରାଜେଶବାବୁ ଆଚାରୀଙ୍କ ସମେତ ଅନ୍ତର୍ଜାତୀୟ ବିଚାରକ ଭେନୁଗୋପାଳ ରାଓ, ଗଂଜାମ ଜିଲ୍ଲା ଆମେଚର ବଡିବିଲ୍ଡିଂ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର