ସିଲି ପଏଣ୍ଟ୍‌: ଭୋଟ ଦେଲେ କୋହଲି

ଗୁରୁଗ୍ରାମ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ରବିବାର ଗୁରୁଗ୍ରାମରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଗଣତନ୍ତ୍ରର ମହାପର୍ବରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହେବାକୁ ଭୋଟ ଦେବା ପରେ ସେ ସାଧାରଣ ଜନତାଙ୍କୁ ଆହ୍ବାନ କରିଥିଲେ। ଗୁରୁଗ୍ରାମର ପାଇନ କ୍ରାଇଷ୍ଟ ବିଦ୍ୟାଳୟ ବୁଥରେ ଭୋଟ ଦେବା ଲାଗି କୋହଲି ଦୀର୍ଘ ସମୟ ଧାଡ଼ିରେ ଠିଆ ହୋଇଥିଲେ। ଭୋଟ ଦେବା ପରେ ନିଜ ଅଙ୍ଗୁଳି ଦେଖାଇ ଫଟୋ ଉଠାଇଥିଲେ। ଏହି ଅବସରରେ କୋହଲି କହିଥିଲେ ଯେ ସମସ୍ତେ ମତଦାନ କରିବା କଥା। ସମସ୍ତଙ୍କୁ ଭୋଟ ଦେବାକୁ ମୁଁ ଏହି ଅବସରରେ ଆହ୍ବାନ କରୁଛି। କୋହଲି ଆଜି ଭୋଟ ଦେବା ଲାଗି ନିଜ ବଡ଼ ଭାଇ ବିକାଶଙ୍କ ସହ ଆସିଥିଲେ। ଏହା ପୂର୍ବରୁ କୋହଲି ମୁମ୍ବାଇରେ ଭୋଟ ଦେବାକୁ ଅନଲାଇନରେ ଆବେଦନ କରିଥିଲେ। ତେବେ ଆବେଦନର ଶେଷ ତାରିଖ ଗଡ଼ି ଯାଇଥିବାରୁ ନିର୍ବାଚନ କମିସନ୍ ଏହାକୁ ସ୍ବୀକୃତି ଦେଇ ନଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଆଇପିଏଲରୁ ବିଦାୟ ନେବା ପରେ କୋହଲି ଏବେ ନିଜ ଘରେ ରହି ବିଶ୍ରାମ ନେଉଛନ୍ତି।

ସମ୍ବନ୍ଧିତ ଖବର