କଟକରେ ହେବ ଜାତୀୟ ବଧିର କ୍ରିକେଟ୍ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶା ବଧିର କ୍ରିକେଟ୍‌ ସଂଘର ଦ୍ବିତୀୟ ବାର୍ଷିକ ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଇନ୍‌ଫୋସିଟି ଅଞ୍ଚଳରେ ସଭାପତି ବିକ୍ରମଜିତ ମାହାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ୧୩ ଜଣ ମୁକ ବଧିର ସଦସ୍ୟଙ୍କ ସହ ସମ୍ପାଦକ ସାଗରକାନ୍ତ ସେନାପତି ଓ କୋଷାଧ୍ୟକ୍ଷ ସୌମ୍ୟକାନ୍ତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟ ସଂଘର ଉପନିୟମଗୁଡିକୁ ସ୍ବୀକୃତି ପ୍ରଦାନ କରାଯାଇଥିଲା। ବୈଠକ ଅବସରରେ ମଧ୍ୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ଦ୍ବିତିକୃଷ୍ଣ ମିଶ୍ରଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯିବା ସହ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା। କ୍ରିକେଟ୍‌ରେ ମୁକବଧିର ପିଲାଙ୍କୁ ପାରଙ୍ଗମ କରିବା ଓ ସେମାନଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଡ଼ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଭାରତୀୟ ବଧିର କ୍ରିକେଟ୍‌ ସଂଘ ଅନୁବଂଧିତ ଏହି ରାଜ୍ୟ ସଂଘ କଟକର ବାରବାଟୀ ଷ୍ଟାଡିୟମ୍‌ରେ ସେପ୍ଟେମ୍ବର-ଅକ୍ଟୋବରରେ ଦ୍ବିତୀୟ ଜାତୀୟ ବଧିର କ୍ରିକେଟ୍ ପ୍ରତିଯୋଗିତା ଆୟାଜନ କରିବାର ପ୍ରସ୍ତାବ ରହିଛି ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର