ଆଇପିଏଲ : ୭ ଓ୍ବିକେଟରେ ଜିତିଲା ଦିଲ୍ଲୀ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କୋଲକତାକୁ ୭ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକତା ୧୫୫ ରନର ଲକ୍ଷ୍ୟ ଧାର୍ୟ଼୍ୟ କରିଥିବାବେଳେ ଦିଲ୍ଲୀ ୧୬.୩ ଓଭରରେ ୩ ଓ୍ବିକେଟ ହରାଇ ୧୫୬ ରନ କରି ବିଜଯୀ ହୋଇଥିଲା । ଦିଲ୍ଲୀର ଦୁଇ ଓପନର ପୃଥିବୀ ସ ଓ ଶିଖର ଧଓ୍ବନ ଯ଼ଥାକ୍ରମେ ୮୨ ରନ ଓ ୪୬ ରନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଆଜି ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୪୫, ଶୁଭମନ ଗିଲ ୪୩ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ ଓ ଲଲିତ ଯାଦବ ୨ଟି ଲେଖାଏଁ ଓ ଅଭେସ ଖାଁ ଗୋଟିଏ ଓ୍ବିକେଟ ନେଇଥିଲେ ।
ଆଜି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି।

 

ସମ୍ବନ୍ଧିତ ଖବର