ଟିମ ଇଣ୍ଡିଆର ବିଜୟରେ ସାମିଲ ହେଲେ ଧୋନୀ; ତାଙ୍କୁ ନେଇ ଏମିତି କଥ‌ା କହିଲେ କୋହଲି

ରାଞ୍ଚି: ଭାରତୀୟ କ୍ରିକେଟ ଟିମ ମଙ୍ଗଳବାର ରାଞ୍ଚିରେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ସଂଘ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ବିଜୟ ହୋଇଛି | ଏହାପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ସାଥୀମାନଙ୍କୁ ଭେଟିଛନ୍ତି | ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଡ୍ରେସିଂ ରୁମରେ ନଜର ଆସିଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ମ୍ୟାଚ ପରେ ଧୋନୀ ସ୍ପିନ ବୋଲର ସାହବାଜ ନଦିମଙ୍କ ସହ ଅନ୍ୟ ଖେଳାଳିମାନଙ୍କୁ ଭେଟିଥିଲେ |

ଏହାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ଫଟୋ ମଧ୍ୟ ଟ୍ୱିଟରରେ ପୋଷ୍ଟ କରିଛି | ଭାରତୀୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଧୋନୀଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି ଯେ ସିରିଜରେ ସଫଳତା ପରେ ଏହି ମହାନ ଖେଳାଳିଙ୍କୁ ଦେଖି ଖୁସି ଲାଗିଲା | ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦଳର ବିଶ୍ବ କୀର୍ତ୍ତିମାନ ଭରା ଲଗାତାର ଏକାଦଶ ଶୃଙ୍ଖଳା ବିଜୟ।

ସେହିପରି ବିରାଟ କୋହଲିଙ୍କୁ ରାଞ୍ଚିରେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ, ଆପଣ ଧୋନିଙ୍କୁ ତାଙ୍କ ଘରକୁ ଯିବେ କି ? ଏହାର ଉତ୍ତରରେ ସେ କହିଥିଲେ, ମୋର ଯିବା ଦରକାର ନାହିଁ, ସେ ଏଠାରେ ଅଛନ୍ତି। ଆପଣ ତାଙ୍କୁ ହାଲୋ କହିପାରିବେ।

ଏଠାରେ ସୂଚନା ଥାଉ କି ଏହି ବିଜୟ ସହିତ ୩-୦ରେ ତିନିଟିକିଆ ଟେଷ୍ଟ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତ । ଆଜି ଚତୁର୍ଥ ଦିନରେ ମାତ୍ର ୧୦ ମିନିଟରେ ଖେଳକୁ ଶେଷ କରିଥିଲା ବିରାଟ ବାହିନୀ । ୮ ୱିକେଟରେ ୧୩୨ ରନରୁ ଖେଳ ଆରମ୍ଭ କରି ମାତ୍ର ଗୋଟିଏ ରନ୍ ଯୋଡି ବାକି ୨ଟି ଯାକ ୱିକେଟ୍ ହରାଇଥିଲା ଭ୍ରମଣକାରୀ ଟିମ୍ ।

ସମ୍ବନ୍ଧିତ ଖବର