ଦେଶରେ ହିଂସାକାଣ୍ଡ ସଂଖ୍ୟା କମୁଛି, କିନ୍ତୁ ପୀଡିତ ଲୋକଙ୍କ ସଂଖ୍ୟା ବଢୁଛି : ରିପୋର୍ଟ

ନୂଆଦିଲ୍ଲୀ : ଗତ କିଛି ବର୍ଷ ଧରି ଆମ ଦେଶରେ ହିଂସା ସଂଖ୍ୟା କମୁଛି, କିନ୍ତୁ ହିଂସାଗୁଡ଼ିକର ଭୀଷଣତା ବଢିଚାଲିଛି, ଅର୍ଥାତ ହିଂସାଗୁଡ଼ିକରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢିଚାଲିଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ସଦ୍ୟପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୭ରେ ଦେଶରେ ଦିନକୁ ହାରାହାରି ୧୬୧ଟି ହିଂସା ଘଟଣା ଘଟିଥିଲା ।

୨୦୧୭ରେ ମୋଟ ୫୮,୮୮୦ଟି ହିଂସାକାଣ୍ଡ ହୋଇଥିଲା ଓ ଏଥିରେ ପ୍ରାୟ ୯୦,୩୯୪ ଜଣ ବ୍ୟକ୍ତି ମୃତାହତ ବା କ୍ଷତିଗ୍ରସ୍ତ ହୋଇଥିଲେ । ୨୦୧୬ରେ ସାରା ଦେଶରେ ମୋଟ ୬୧,୯୭୪ଟି ହିଂସାକାଣ୍ଡ ଘଟିଥିଲା ଓ ଏଥିରେ ୭୩,୭୪୪ ଜଣ ବ୍ୟକ୍ତି ପ୍ରଭାବିତ ହୋଇଥିଲେ । ୨୦୧୬ ତୁଳନାରେ ୨୦୧୭ରେ ହିଂସାକାଣ୍ଡ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ହିଂସାକ୍ଷତିଗ୍ରସ୍ତ ଲୋକଙ୍କ ସଂଖ୍ୟା ୨୨ ପ୍ରତିଶତ ବୃଦ୍ଧି ପାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିଂସାର ଅର୍ଥ କେବଳ ସାଂପ୍ରଦାୟିକ ହିଂସା ନୁହେଁ । ଆଇପିସି ଅନୁସାରେ ସାଂପ୍ରଦାୟିକ ହିଂସା, ଜାତିଆଣ ହିଂସା, ଛାତ୍ର ଅଶାନ୍ତି, ଜମି ବିବାଦ ଜନିତ ହିଂସା, ହିଂସାତ୍ମକ ଜନଆନ୍ଦୋଳନ ଆଦିକୁ ହିଂସାକାଣ୍ଡରେ ଅନ୍ତର୍ଭୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର