ଜମ୍ମୁ- କଶ୍ମୀର ଓ ଲଦାଖ୍‌ର ସରକାରୀ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ମିଳିବ ବେତନ; ୪.୫ ଲକ୍ଷ କର୍ମଚାରୀ ହେବେ ଉପକୃତ

ନୂଆଦିଲ୍ଲୀ: ଦେଶର ଦୁଇ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ- କଶ୍ମୀର ଓ ଲଦାଖ୍‌ର ସରକାରୀ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ବେତନ ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଆସନ୍ତା ଅକ୍ଟୋବର ୩୧ ଠାରୁ ଲାଗୁ ହେବାକୁ ଥିବାବେଳେ, ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ୪.୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ଏଥିସହ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ ସମସ୍ତ ପ୍ରକାରର ଭତ୍ତା ପ୍ରଦାନ ପ୍ରସ୍ତାବ ଉପରେ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ମୋହର ଲଗାଇଛନ୍ତି।

Finance News

ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ କର୍ମଚାରୀମାନଙ୍କର ଭତ୍ତା ବାବଦରେ କେନ୍ଦ୍ର ସରକାର ୪,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିମଧ୍ୟରୁ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ୪.୫ ଲକ୍ଷ ସରକାରୀ କର୍ମଚାରୀ ସେମାନଙ୍କର ପିଲାମାନଙ୍କର ଶିକ୍ଷା ଭତ୍ତା ବାବଦରେ ୬୦୭ କୋଟି, ହଷ୍ଟେଲ ଭତ୍ତା ବାବଦରେ ୧,୮୨୩ କୋଟି, ପରିବହନ ଭତ୍ତା ବାବଦରେ ୧,୨୦୦ କୋଟି, ଏଲଟିସି ଭତ୍ତା ବାବଦରେ ୧,୦୦୦ କୋଟି, ମେଡ଼ିକାଲ ଭତ୍ତା ବାବଦରେ ୧୦୮ କୋଟି ଏବଂ ଅନ୍ୟାନ୍ୟ ଭତ୍ତା ବାବଦରେ ୬୨ କୋଟି ପାଇବେ ବୋଲି କେନ୍ଦ୍ରର ମୋଦୀ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର