ଯବାନଙ୍କ ସହ ଦିନ ବିତାଇଲେ ଧୋନି

ଲଦାଖ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ସେନାର ଲେଫ୍ଟନାଣ୍ଟ କର୍ନେଲ୍ ମହେନ୍ଦ୍ର ସିଂହ ଧୋନି ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଏଥିସହ ସେ ‌ସେଠାରେ ମଧ୍ୟ ପତାକା ଉତ୍ତୋଳନ କରିଥିଲେ। ଜୁଲାଇ ୩୧ରେ ଟେରିଟୋରିଆଲ ଆର୍ମିର ୧୦୬ ପାରାଚୁଟ୍ ବାହିନୀରେ ଯୋଗଦେଇଥିବା ଧୋନି ନିଜ ଦଳ ସହ ଗୋଟିଏ ଦିନ ପୂର୍ବରୁ ‌ଲଦାଖରେ ପହଞ୍ଚିଥିଲେ। ‌ସେଠାରେ ସେନାଙ୍କ ପାଖରେ ରହିବା ସହ ସେମାନଙ୍କ ସହ ଭାବ ବିନିମୟ କରିଥିଲେ। ଲଦାଖରେ ଥିବା ସେ ଆର୍ମି ଜେନେରାଲ ହସ୍‌ପିଟାଲ ଗସ୍ତ କରିବା ସହ ସିଆଚେନ ଯୁଦ୍ଧ‌ ସ୍ମାରକୀଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ପ୍ରଦାନ କରିଥିଲେ। ସେନାଙ୍କ ସହ ଭାବ ବିନିମୟ‌ ସମୟର ଏକ ଫଟୋକୁ ଭାରତୀୟ ଦଳର ଏହି ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ସାମାଜିକ ଗଣମାଧ୍ୟରେ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର