ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ଧାବିକା ଦୂତୀ ଚାନ୍ଦ

ଭୁବନେଶ୍ୱର: ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍‌ସରେ ପଦକ ଜିତିବା ପରେ ଦୂତୀ ଚାନ୍ଦ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏ ନେଇ ଦୂତୀ ଚାନ୍ଦ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଅର୍ଜୁନ ପୁରସ୍କାର ପାଇଁ ନାମ ସୁପାରିସ କରିବାକୁ ଅନୁରୋଧ କରିଛି। ଆଗାମୀ ଅଲିମ୍ପିକ୍ସ ନେଇ ଦୂତୀ ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ ଇଟାଲିର ନାପୋଲିରେ ଚଳିତ ମାସ ୨ୟ ସପ୍ତାହରେ ଆୟୋଜିତ ୩୦ତମ ‘ସମର ୟୁନିଭରସିଟି ଗେମସ୍‌’ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ପରେ ଦୂତୀ ଚାନ୍ଦ ସ୍ୱର୍ଣ୍ଣପଦକ ଜିତିଥିଲେ। ମହିଳା ୧୦୦ ମିଟର ଲକ୍ଷ୍ୟ ପୂରଣ କରିବା ପାଇଁ ଦୂତୀ ଚାନ୍ଦଙ୍କୁ ୧୧.୩୨ ସେକେଣ୍ଡ ଲାଗିଥିଲା।

ସମ୍ବନ୍ଧିତ ଖବର