ପ୍ରତୀକ୍ଷାର ଅନ୍ତ : ବିରଳ କ୍ଲବ୍‌ରେ ବୁମରା

ଚେନ୍ନାଇ : ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟ୍‌ ଖେଳି ଯଶପ୍ରୀତ୍ ବୁମରା ଏକ ବିରଳ କ୍ଲବ୍‌ରେ ସାମିଲ୍ ହୋଇଛନ୍ତି। ଘରୋଇ ମାଟିରେ ପ୍ରଥମ ଟେଷ୍ଟ୍‌ ଖେଳିବା ପୂର୍ବରୁ ବୁମରା ବିଦେଶରେ ୧୭ ଟେଷ୍ଟ୍‌ ଖେଳି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି। ବୁମରାଙ୍କ ପୂର୍ବରୁ ଜଭାଗଲ୍ ଶ୍ରୀନାଥ ୧୨ ଟେଷ୍ଟ୍ ଖେଳିବା ପରେ ଘରୋଇ ମାଟିରେ ସୁଯୋଗ ପାଇଥିଲେ। ଏହି ତାଲିକାରେ ଆର୍‌ପି ସିଂହ (୧୧ ଟେଷ୍ଟ୍‌), ସଚିନ ତେନ୍ଦୁଲକର ଏବଂ ଆଶିଷ ନେହେରା (୧୦ ଲେଖାଏଁ ଟେଷ୍ଟ୍‌) ପଛକୁ ପଛ ରହିଛନ୍ତି। ଶୁକ୍ରବାର ବୁମରା ମଧ୍ୟ ଘରୋଇ ମାଟିରେ ପ୍ରଥମ ଟେଷ୍ଟ୍‌ ୱିକେଟ୍ ଅକ୍ତିଆର କରିଛନ୍ତି। ପ୍ରଥମ ଦିବସରେ ଡାନିଏଲ୍‌ ଲରେନ୍ସ (୦) ଏବଂ ଡୋମିନିକ୍ ଶିବଲେ (୮୭)ଙ୍କୁ ଲେଗ୍ ବିଫୋର ୱିକେଟ୍ ଆଉଟ୍‌ କରିଥିଲେ। ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଦାର୍ପଣ କରିଥିବା ବୁମରା ଚଳିତ ଟେଷ୍ଟ୍ ପୂର୍ବରୁ ୧୭ ଟେଷ୍ଟ୍ ଖେଳି ୨୧.୫୯ ହାରରେ ୭୯ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର