ଟି-୨୦ ବିଶ୍ବକପ୍ : ଆଫଗାନିସ୍ତାନକୁ ୫ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ପର୍ଥ : ପର୍ଥରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ୨ୟ ସୁପର-୧୨ ମ୍ୟାଚରେ ଆଫଗାନିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଇବ୍ରାହିମ ଜର୍ଦାନ ୩୨ରନ ଓ ଉସମାନ ଗନି ୩୦ ରନ କରିଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ ।

ଇଂଲଣ୍ଡ ପକ୍ଷରୁ ସାମ କୁରାନ ମାତ୍ର ୧୦ ରନ ଦେଇ ୫ ଓ୍ବିକେଟ୍ ନେଇଥିଲେ । ଚଳିତ ବିଶ୍ବକପରେ ଏହା ପ୍ରଥମ ୫ ଓ୍ବିକେଟ୍ ସଫଳତା ।

୧୧୩ ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ପାଇଁ ସହଜ ମନେ ହେଉଥିଲେ ବି ଆଫଗାନିସ୍ତାନ ଦଳ ଭଲ ବୋଲିଂ କରି ମ୍ୟାଚକୁ ରୋଚକ ସ୍ତରକୁ ଆଣିପାରିଥିଲା । ଇଂଲଣ୍ଡ ୧୮.୧ ତମ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ୨୯ ରନ କରିଥିବାବେଳେ ଆଲେକ୍ସ ହେଲ୍ସ ୧୯, ଜସ ବଟଲର ଓ ଡାଓ୍ବିଡ ମଲାନ ୧୮ ରନ ଲେଖାଏଁ କରିଥିଲେ ।

ଆଜିର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଅଷ୍ଟ୍ରେଲିଆକୁ ୮୯ ରନରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ।

 

ସମ୍ବନ୍ଧିତ ଖବର