ସେହବାଗ୍‌ଙ୍କ ନାମରେ ଫିରୋଜ ଶାହା କୋଟଲା ଫାଟକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ୍‌ଙ୍କୁ ସମ୍ମାନ ଜଣାଇବା ପାଇଁ ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ର ଦୁଇ ନମ୍ବର ଫାଟକ ତାଙ୍କ ନାମରେ ନାମିତ ହେବ। ଏଭଳି ଏକ ପ୍ରସ୍ତାବକୁ ଦିଲ୍ଲୀ ଜିଲ୍ଲା କ୍ରିକେଟ୍‌ ସଂଘ (ଡିଡିସିଏ) ଶେଷରେ ଗ୍ରହଣ କରିଛି। ଏହି ଷ୍ଟାଡିୟମ୍‌ରେ ଭାରତ-ନ୍ୟୁଜିଲାଣ୍ଡ୍‌ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଆସନ୍ତା ୩୧ ତାରିଖରେ ସେହବାଗ୍‌ଙ୍କ ନାମରେ ଫାଟକ ନାମକରଣ ହେବ। ଦିଲ୍ଲୀ ସଂଘ ସମେତ ଭାରତ ପାଇଁ କ୍ରିକେଟ୍‌ କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ନିମନ୍ତେ ସେହବାଗ୍‌ଙ୍କୁ ସ୍ୱୀକୃତି ପ୍ରଦାନ ପାଇଁ ଆମେ ଅଙ୍ଗୀକାରବଦ୍ଧ ଥିଲୁ। ଏବେ ଏହାକୁ ବାସ୍ତବ ରୂପ ଦେବାକୁ ଯାଉଛୁ ବୋଲି ଡିଡିସିଏ ପ୍ରଶାସକ ଜଷ୍ଟିସ୍‌ (ଅବସରପ୍ରାପ୍ତ) ବିକ୍ରମଜିତ୍‌ ସେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର