ଭାରତୀୟ ବୋଲରଙ୍କ ଅଦ୍ଭୁତ ରେକର୍ଡ: ୪ ମେଡେନ ଓଭରରେ ନେଲେ ୧୦ ଓ୍ଵିକେଟ

ଜୟପୁର: ରାଜସ୍ଥାନର ଜୟପୁରରେ ଖେଳା ଯାଇଥିବା ଏକ ସ୍ଥାନୀୟ ଟି-୨୦ ମ୍ୟାଚରେ ବାମ ହାତି ବୋଲର ଆକାଶ ଚୌଧୁରୀ ୪ ମେଡେନ ଓଭର ବୋଲି କରିବା ସହିତ ସମସ୍ତ ୧୦ଟି ଯାକ ଓ୍ଵିକେଟ ନେଇଛନ୍ତି। ଏଥି ସହିତ ସେ ହ୍ୟାଟ୍ରିକ ଓ୍ଵିକେଟ ମଧ୍ୟ ନେଇଛନ୍ତି। ୧୫ ବର୍ଷିଅ ଉଦୟମାନ ଖେଳାଳି ଆକାଶଙ୍କ ଭଳି ଇତିହାସ ପୂର୍ବରୁ କେହି କରି ନଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ବୋଲର ୧୦ଟି ଓ୍ଵିକେଟ ନେବା ନୂଆ ଘଟଣା ହୋଇ ନ ଥିଲେ ମଧ୍ୟ ସ୍ଥାନୀୟ ମ୍ୟାଚରେ ଆଶ୍ଚର୍ଯ୍ୟର ବିଷୟ। ସବୁଠାରୁ ବଡ଼ କଥା ଯେ, ଆକାଶ ୪ ଓଭର ବୋଲିଂ କରିଥିଲେ ମଧ୍ୟ ବିପକ୍ଷରେ ବ୍ୟାଟିଂ କରୁଥିବା ଖେଳାଳିମାନେ କୌଣସି ରନ୍‌ କରିବାରେ ସଫଳ ହୋଇ ପାରି ନଥିଲେ। ଏହା ଅଧିକାରିକ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିବାରୁ ରେକର୍ଡ ବୁକରେ ସ୍ଥାନ ପାଇବ ନାହିଁ।

୬ଜଣ ଖେଳାଳି ବୋଲ୍ଡ

  1. ଭରତପୁରର ଆକାଶ ଜୟପୁରରେ ଖେଳାଯାଇଥିବା ଲୋକାଲ ଟି-୨୦ରେ ଏହି ରେକର୍ଡ ସ୍ଥାପନ କରିଥିଲେ।
  2. ୧୬ ବର୍ଷିଅ ଆକାଶ ଭଓ୍ଵର ସିଂହ ଦେଓ୍ଵରା ସ୍ମାରକୀ ଟି-୨୦ରେ ଏଭଳି ରେକର୍ଡ ସ୍ଥାପନ କରିଛନ୍ତି।
  3. ସେ ପର୍ଲ କ୍ରିକେଟ ଏକାଡେମୀର ୧୦ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭଲିୟନ ଫେରାଇଥିଲେ। ଏଥିରୁ ୬ଜଣ ବୋଲ୍ଡ ହୋଇଥିବା ବେଳେ ୪ଜଣ ଏଲବିଡବ୍ଲୁ ହୋଇଥିଲେ।
  4. ଶେଷ ଓଭରରେ ଆକାଶ ୪ଟି ଓ୍ଵିକେଟ ନେଇଥିଲେ। ଶେଷ ୩ଟି ବଲରେ ନିୟମିତ ଓ୍ଵିକେଟ ମିଳିଥିଲା।
  5. ଦିଶା ଏକାଡେମୀ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୫୬ ରନ୍‌ ସଂଗ୍ରହ କରିଥିଲା। ପାର୍ଥ ଉପାଧ୍ୟାୟ(୭୩) ଓ ରୋହିତ (୫୧) ରନ୍‌ ସଂଗ୍ରହ କରିଥିଲେ। ପର୍ଲ ଏକାଡେମୀ ୭ଓ୍ଵିକେଟରେ ୩୨ ରନ୍‌ରେ ଆଉଟ ହୋଇ ଯାଇଥିଲେ।

ଆକାଶ କ୍ରିକେଟର ଯାଦୁ ଜାଣିଛନ୍ତି। ସେ ପ୍ରଥମେ ବିକାନେରରେ ଶାର୍ଦୁଳ ସ୍ପୋଟସ୍‌ ସ୍କୁଲରେ ଖେଳୁଥିଲେ। ପରେ ପୁଣି ଜୟପୁର ଆସିଥିଲା। ସେ ଏବେ ବିବେକ ଯାଦବଙ୍କ ଆରାବଳୀ କ୍ରିକେଟ ଏକାଡେମୀରେ ଟ୍ରେନିଂ ନେଉଛନ୍ତି। ଭରତପୁର ଜିଲ୍ଲାରୁ ଗତ ବର୍ଷ ୧୪ ବର୍ଷରୁ କମ୍‌ କ୍ରିକେଟ ଖେଳିଥିଲେ। ଗରିବ ପରିବାର ହୋଇଥିବାରୁ ଆର୍ଥିକ ସମସ୍ୟା ରହୁଥିବା ବେଳେ କିଛି ବର୍ଷ ହେବ ଆକାଶର ପିତା ଶିକ୍ଷା ମିିତ୍ର ହୋଇଛନ୍ତି।
-ଶତ୍ରୁଘ୍ନ ତିଓ୍ଵାରୀ, ସମ୍ପାଦକ, ଭରତପୁର ଜିଲ୍ଲା କ୍ରିକେଟ ସଂଘ

ଆକାଶର ବୋଲିଂରେ ସୁଇଙ୍ଗ ଥିଲା

  • ଅମ୍ପାୟାର ରାମଚନ୍ଦ୍ର ବର୍ମା କହିଛନ୍ତି, ଆକାଶର ବୋଲିଂରେ ସୁଇଙ୍ଗ ରହୁଛି। ସେ ଭଲ ବୋଲିଂ କରୁଛନ୍ତି।
  • ଆକାଶଙ୍କ କୋଚ ବିବେକ ଯାଦବ କହିଛନ୍ତି, ଏହି ପିଲା ପ୍ରଥମେ ବିକାନେରରେ ଖେଳୁଥିଲେ। ଦୁଇ ବର୍ଷ ପୂର୍ବରୁ ମୋର ଏକାଡେମୀରେ ପ୍ରବେଶ ନେଇଛନ୍ତି। ୫ଟି ଲେଖାଏର୍ ଓ୍ଵିକେଟ ଅନେକ ଥର ନେଇଛନ୍ତି। କିନ୍ତୁ କୌଣସି ରନ୍‌ ନଦେଇ ୧୦ଟି ଓ୍ଵିକେଟ ନେବା ନୂଆ ଘଟଣା।
  • ଆକାଶ କହିଛନ୍ତି, ଭାରତର ପୂର୍ବତନ ବୋଲର ଜହିର ଖାନ୍‌ଙ୍କ ଜଣେ ପ୍ରଶଂସକ। ଭବିଷ୍ୟତ ଯୋଜନା ଜହିରଙ୍କ ଭଳି ପ୍ରଦର୍ଶନ କରିବା।
ସମ୍ବନ୍ଧିତ ଖବର