ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟିମ୍‌ ଘୋଷିତ: ହାର୍ଦ୍ଦିକ ପାଣ୍ଡ୍ୟା ସମେତ ୩ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ, ରୋହିତ ଶର୍ମାଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରୁ ଶୃଙ୍ଖଳା ହାରି ସ୍ୱଦେଶ ଫେରିଥିବା ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାର୍ଚ୍ଚ ୧୨ ତାରିଖ ଠାରୁ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳା ପାଇଁ ନିଜର ଟିମ୍‌ ଘୋଷଣା କରିଛି। ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାଓ୍ଵନ୍‌ଙ୍କୁ ସ୍ଥାନ ମିଳିଛି। ଏହି ଟିମ୍‌ରେ ରୋହିତ ଶର୍ମା ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଧର୍ମଶାଳା, ଦ୍ୱିତୀୟ ମ୍ୟାଚ୍‌ ୧୫ ତାରିଖରେ ଲକ୍ଷ୍ନୌ ଓ ତୃତୀୟ ତଥା ଫାଇନାଲ ମୁକାବିଲା ୧୮ରେ କୋଲକାତାରେ ଖେଳାଯିବ। ବିସିସିଆଇ ଏହି ଶୃଙ୍ଖଳା ପାଇ ରବିବାର ଟିମ୍‌ ଘୋଷଣା କରିଛି।

ଏହି ଟିମ୍‌କୁ ଶିଖର ଧାଓ୍ଵନ, ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ଫେରିଛନ୍ତି। ପୂର୍ବରୁ ସେମାନେ ଆହତ କାରଣରୁ ବିଶ୍ରାମ ନେଇଥିଲେ। ନ୍ୟୁଜିଲାଣ୍ଡ ଗସ୍ତରେ ଏହି ୩ ଜଣ ଖେଳାଳିଙ୍କୁ ସାମିଲ କରାଯାଇ ନଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେ ଗତ ବର୍ଷ ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଏହା ପରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ନିକଟରେ ଡିଓ୍ଵାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ୫୫ଟି ବଲ ଖେଳି ୧୫୮ ରନ୍‌ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

livemint.com

ଭାରତୀୟ ଟିମ୍‌: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ପୃଥ୍ଵୀ ସ, କେଏଲ୍‌ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ନଭଦୀପ ସଇନି, କୁଲଦୀପ ଯାଦବ ଓ ଶୁଭମନ ଗିଲ।

ସମ୍ବନ୍ଧିତ ଖବର