ଟେଷ୍ଟ ର‍୍ୟାଙ୍କିଙ୍ଗ: ବିରାଟ କୋହଲିଙ୍କ ୧ ନମ୍ବର ସ୍ଥାନ ଅକ୍ଷୁର୍ଣ୍ଣ, ରାବଡା ପୁଣି ୧ ନମ୍ବର ବୋଲର

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍‌ର ଗୁରୁତ୍ୱପୂଣ୍ଣ ଶୃଙ୍ଖଳା ପୂର୍ବରୁ ଆଇସିସି ଟେଷ୍ଟ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅକ୍ଷୁର୍ଣ୍ଣ ରଖିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ପୁଣି ଥରେ ବିଶ୍ୱର ୧ ନମ୍ବର ଟେଷ୍ଟ ବୋଲର ମର୍ଯ୍ୟାଦା ଲାଭ କରିଛନ୍ତି। ଆଇସିସି ଦ୍ୱାରା ବୁଧବାର ଜାରି ର‍୍ୟାଙ୍କିଙ୍ଗ ଅନୁସାରେ କୋହଲିଙ୍କ ପାଖରେ ୯୩୫ ପଏଣ୍ଟ ଅଛି। ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ର‍୍ୟାଙ୍କିଙ୍ଗରେ ସଂଶୋଧନ ଆଣିବାକୁ ନିଶ୍ଚିତ ଭାବରେ ଉଦ୍ୟମ କରିବେ।

କୋହଲିଙ୍କ ଶୀର୍ଷ ର‍୍ୟାଙ୍କିଙ୍ଗ ବର୍ତ୍ତମାନ ପାଇଁ ବିପଦପୂର୍ଣ୍ଣ ନୁହେଁ। କାରଣ ୨ୟ ସ୍ଥାନରେ ଷ୍ଟିଭ୍‌ ସ୍ମିଥ (୯୧୦ ପଏଣ୍ଟ) ନିଲମ୍ବନ ବାହାର କରାଯାଇ ନାହିଁ ଅର୍ଥାତ ଆଗାମୀ ଶୃଙ୍ଖଳାରେ ସେ ଖେଳିବେ ନାହିଁ। ଏଥିରେ ତାଙ୍କର ର‍୍ୟାଙ୍କିଙ୍ଗ ୯୦୦ ପଏଣ୍ଟ ଠାରୁ ଖସିବ।

ବୋଲିଂ ର‍୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ପରିବର୍ତ୍ତନ ହୋଇଛି। ରାବଡା ପୁଣି ଥରେ ତାଲିକାର ୧ ନମ୍ବର ସ୍ଥାନକୁ ଛୁଇଁଛନ୍ତି। ସେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ସ୍ଥାନ ନେଇଛନ୍ତି, ଯିଏ କି ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚରେ ଖେଳିପାରି ନଥିଲେ।

ପାକିସ୍ତାନର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଜୟ ପରେ ଜାରି ର‍୍ୟାଙ୍କିଙ୍ଗରେ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ପାଦ ଆଗକୁ ଯାଇ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର