ଆଜିର ତେଲ ଦର : ପେଟ୍ରୋଲ ୫୦ ପଇସା, ଡିଜେଲ ୪୦ ପଇସା କମିଲା

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ ସହ ତାଳ ଦେଇ ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମିଚାରିଛି । ବିଗତ କିଛି ଦିନ ହେଲା ନିୟମିତ ଭାବେ ତେଲଦର ହ୍ରାସ ପାଇଚାଲିଛି । ଆଜି ମଧ୍ୟ ପେଟ୍ରୋଲ ଦର ପ୍ରାୟ ୫୦ ପଇସା ଓ ଡିଜେଲ ଦର ୪୦ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୩.୫୭କୁ ହ୍ରାସ ପାଇଛି । ସେହିପରି ଡିଜେଲ ଦର ୪୦ ପଇସା ହ୍ରାସ ପାଇ ଟ.୬୮.୮୯ରେ ପହଞ୍ଚିଛି । ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଏହି ତାରତମ୍ୟ ଏବେ ହ୍ରାସ ପାଇ ୧ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୨.୪୯ ଓ ଡିଜେଲ ୭୩.୪୮ ରେ ବିକ୍ରି ହେଉଛି । ତେବେ ଭାଟ ଓ ପରିବହନ ବ୍ୟୟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏହି ଜିଲ୍ଲାରେ ପେଟ୍ରୋଲ ଟ.୭୬.୫୨ ଓ ଡିଜେଲ ଟ. ୭୭.୫୦ ପଇସାରେ ବିକ୍ରି ହେଉଛି । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୦ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର