ଆଇଏଚ୍‌ଟି କପ‌୍‌‌େର ଇଦେମିତ୍‌ସୁ ହୋଣ୍ଡା ଦଳର ଆଧିପତ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବୁଦ୍ଧ ଅନ୍ତର୍ଜାତୀୟ ସର୍କିଟ୍‌ରେ ଚାଲିଥିବା ଇଦେମୁତ୍‌ସୁ ହୋଣ୍ଡା‌ ଟ୍ୟାଲେଣ୍ଟ୍ (ଆଇଏଚ୍‌ଟି) କପ୍‌ ମୋଟରସାଇକେଲ୍ ରେସିଂ ପ୍ରତିଯୋଗିତାରେ ଇଦେମିତ୍‌ସୁ ହୋଣ୍ଡା ‌ଦଳର ରେସରମାନେ ପୂରା ଆଧିପତ୍ୟ ବିସ୍ତାର କରିଛନ୍ତି। ପ୍ରଥମ ରେସ୍ ଭଳି ରବିବାର ଅନୁଷ୍ଠିତ ଦ୍ବିତୀୟ ରେସରେ ଏହି ଦଳ ଉଭୟ ସିବିଆର ୧୫୦ଆର ଏବଂ ସିବିଆର ୨୫୦ ଆର୍‌ରେ ପୋଡିୟମ୍ ଫିନିସ୍ ପାଇଛନ୍ତି। ସିବିଆର ୧୫୦ ଆରବର୍ଗରେ ହୋଣ୍ଡା ଟ୍ୟାଲେଣ୍ଟ କପ୍‌ରୁ ବଛା ଯାଇଥିବା ୧୫ ଜଣ ରେସରଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଥିଲେ। ଦ୍ବିତୀୟ ରେସ୍‌ରେ ମିଖାଇଲ୍ ପ୍ରଥମ, ହବିବ ଦ୍ବିତୀୟ ଏବଂ ଚରଣ ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ସିବିଆର ୨୫୦ ଆରର ପ୍ରଥମ ରେସ୍‌ରେ ମେକା ପ୍ରଥମ ସ୍ଥାନରେ ରହିଥିଲେ। ଆନିଶ ସେଟ୍ଟୀ ଦ୍ବିତୀୟ ଏବଂ ଅଭିଷେକ ଭି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦ୍ବିତୀୟ ରେସ୍‌ରେ ଭି ଅି‌ଭି‌େଷକ ପ୍ରଥମ, ଆନିଶ ଦ୍ବିତୀୟ ଏବଂ ସେନ୍ଥିଲ କୁମାର ତୃତୀୟ ସ୍ଥାନରେ ରହିଥିଲେ। ଦଳୀୟ ପ୍ରଦର୍ଶନରେ ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆର ଉପ ସଭାପତି (ବ୍ରାଣ୍ଡ ଏବଂ ଯୋଗଯୋଗ) ସନ୍ତୋଷ ଜାହିର କରିଥିଲେ।

ସମ୍ବନ୍ଧିତ ଖବର