ଆଇପିଏଲ୍‌ ବିଜ୍ଞାପନରେ, ଧୋନିଙ୍କ ବୁଢ଼ା ବେଶ

ମୁମ୍ବାଇ: ଆଇପିଏଲ୍‌ର ଏକ ବିଜ୍ଞାପନରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବୁଢ଼ା ବେଶରେ ଦେଖିବାକୁ ମିଳୁଛି। ଧୋନିଙ୍କ ଏହି ନୂଆ ରୂପ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। ଷ୍ଟାର ସ୍ପୋର୍ଟସ ପକ୍ଷରୁ ନିକଟରେ ପ୍ରସାରଣ ଆରମ୍ଭ କରାଯାଇଥିବା ଏହି ବିଜ୍ଞାପନରେ ଧୋନି ପରିବାରର ମୁରବୀ ଭାବେ ମଝିରେ ବସିଥିଲା ବେଳେ ପୂରା ପରିବାର ଟେଲିଭିଜନରେ ଆଇପିଏଲ୍ ଦେଖୁଛନ୍ତି। ଏତିକି ବେଳେ ଘରର ଫୋନ୍ ବାଜିବାକୁ ଲାଗୁଛି। ହେଲେ କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ଟେଲିଭିଜନ୍ ପରଦା ଉପରୁ ଟିକିଏ ହେଲେ ବି ନଜର ହଟାଉ ନାହାନ୍ତି। ପରେ ସମସ୍ତେ ଏକାଠି ଏବେ ଏହା ସାଧାରଣ କଥା ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର