୨ୟ ଟି-୨୦ : ବର୍ଷା ଯୋଗୁଁ ଅଟକିଲା ମ୍ୟାଚ, ପୁଣି ଡିଏଲ ନିୟମ ଯୋଗୁଁ ସମସ୍ୟାରେ ପଡିପାରେ ଭାରତ

ମେଲବୋର୍ଣ୍ଣ: ସ୍ଥାନୀୟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ମ୍ୟାଚର ପ୍ରଥମ ଇନିଂସର ମାତ୍ର ଗୋଟିଏ ଓଭର ବାକି ଥିବାବେଳେ ବର୍ଷା ହେବାରୁ ଖେଳ ଅଟକି ରହିଛି । ୧୯ ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ୧୩୨ ରନ ସଂଗ୍ରହ କରିପାରିଥିଲା । ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଓଭରରୁ ହିଁ ଅଷ୍ଟ୍ରେଲିଆ ଦଳ ଆରନ ଫିଞ୍ଚ୍‌ଙ୍କ ଓ୍ଵିକେଟ ହରାଇ ଥିଲା । ପରେ ପରେ ମାର୍କସ ଷ୍ଟୋଇନିସ ଓ ଗ୍ଲେନ ମାକ୍ସେଓ୍ଵଲଙ୍କ ଓ୍ଵିକେଟ ହରାଇ ସଂକଟରେ ପଡିଥିଲା । କିନ୍ତୁ ବେନ ମାକଡରମଟ ଓ ଆଣ୍ଡ୍ର୍ୟୁ ଟାଇ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍କୋରକୁ ୧୦୦ ଉପରକୁ ନେଇ ଯାଇଥଲେ । ତେବେ ବର୍ଷ ଦ୍ୱାରା ମ୍ୟାଚ ଅଟକି ରହିଥିବାରୁ ଭାରତ ପୁଣି ଥରେ ଡକ ଓ୍ଵର୍ଥ ଲୁଇସ ନିୟମ ଯୋଗୁଁ ସମସ୍ୟାରେ ପଡିପାରେ ।

ସମ୍ବନ୍ଧିତ ଖବର